ସମ୍ବାଦକୁ ବିଜ୍ଞାପନ ବନ୍ଦ ପ୍ରସଙ୍ଗ ନେଇ ବର୍ଷିଲେ ସମ୍ବାଦ ସମ୍ପାଦକ । କହିଲେ ରାଗ ରଖି ସରକାର ବନ୍ଦ କରିଛନ୍ତି ବିଜ୍ଞାପନ ।

Advertisment
ସମ୍ବାଦକୁ ବିଜ୍ଞାପନ ବନ୍ଦ ପ୍ରସଙ୍ଗ ନେଇ ବର୍ଷିଲେ ସମ୍ବାଦ ସମ୍ପାଦକ । କହିଲେ ରାଗ ରଖି ସରକାର ବନ୍ଦ କରିଛନ୍ତି ବିଜ୍ଞାପନ ।

କନକ ବ୍ୟୁରୋ: ସମ୍ବାଦକୁ ବିଜ୍ଞାପନ ବନ୍ଦ ପ୍ରସଙ୍ଗରେ ସମ୍ବାଦ ସମ୍ପାଦକ ତଥା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ସରକାର ରାଗ ରଖି ସମ୍ବାଦକୁ ବିଜ୍ଞାପନ ବନ୍ଦ କରିଦେଇଛନ୍ତି । କୌଣସି ପତ୍ର ପତ୍ରିକା କାହାର ଦୟାରେ ଚାଲେ ନାହିଁ । ଯଦି କାହାର ଆଶୀର୍ବାଦ ବେଶୀ ଲୋଡ଼ା, ସେମାନେ ହେଉଛନ୍ତି ଗ୍ରାହକ ଓ ପାଠକ । ଯେତେବେଳେ ଯାଏଁ ପାଠକଙ୍କ ଆଶୀର୍ବାଦ ଥିବ, ଆମେରିକା କି କେନ୍ଦ୍ର କିମ୍ବା ରାଜ୍ୟ ସରକାର କିଛି କରିପାରିବେ ନାହିଁ । ଏହି ବିଶ୍ୱାସ ମୋର ରହିଛି ବୋଲି କହିଛନ୍ତି ସୌମ୍ୟ ।

ଏପରିକି କଡ଼ା ପ୍ରତିକ୍ରିୟା ରଖିଛନ୍ତି ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । କହିଛନ୍ତି, ବିଜୁ ଜନତା ଦଳ କାହାର ପୈତୃକ ସମ୍ପତ୍ତି ନୁହେଁ । ଯେଉଁମାନେ ଇସ୍ତଫା କଥା କହୁଛନ୍ତି, ଦଳ କ’ଣ ତାଙ୍କର । ମୋ କଥାକୁ ବହୁତ ଲୋକେ ସମର୍ଥନ କରୁଛନ୍ତି । ମୁଁ ଠିକ୍ କହୁଛି ବୋଲି ସେମାନେ କହୁଛନ୍ତି । ତେଣୁ କିଏ କ’ଣ ଭାବିଲା ନଭାବିଲା ମୋର ସେଥିରେ କିଛି କହିବାର ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe