ନୂଆବର୍ଷରେ ହେବ ଭୁବନେଶ୍ୱର ମେଟ୍ରୋର ଶିଳାନ୍ୟାସ । ୫ ହଜାର ୯୨୯କୋଟିର ଡିପିଆରକୁ ମଞ୍ଜୁରୀ ।

Advertisment
ନୂଆବର୍ଷରେ ହେବ ଭୁବନେଶ୍ୱର ମେଟ୍ରୋର ଶିଳାନ୍ୟାସ । ୫ ହଜାର ୯୨୯କୋଟିର ଡିପିଆରକୁ ମଞ୍ଜୁରୀ ।

କନକ ବ୍ୟୁରୋ: ନୂଆବର୍ଷରେ ଭୁବନେଶ୍ୱର ମେଟ୍ରୋର ଶିଳାନ୍ୟାସ ହେବ । ଜାନୁଆରୀ ପହିଲାରେ ଏଥିପାଇଁ ଶୁଭ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଥମ ପର୍ଯ୍ୟାୟରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ମୋଟ୍ ୨୬ କିଲୋମିଟର ପର୍ଯ୍ୟନ୍ତ ଚାଲିବ । ପ୍ରକଳ୍ପର ସମୀକ୍ଷା କରି ୫ ହଜାର ୯୨୯କୋଟିର ଡିପିଆରକୁ ମଂଜୁରୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ମେଟ୍ରୋ ପ୍ରକଳ୍ପରେ ୨୬ କିଲୋମିଟର ରାସ୍ତାରେ ୨୦ଟି ଷ୍ଟେସନ୍ ରହିବ । ମେଟ୍ରୋ ଟ୍ରେନ୍ ବିଜୁ ପଟ୍ଟନାୟକ ବିମାନ ବନ୍ଦର ନିକଟରୁ ବାହାରି କଟକର ତ୍ରିଶୁଳିଆ ଛକ ପର୍ଯ୍ୟନ୍ତ ଚଳାଚଳି କରିବ । ଏହାରି ଭିତରେ କ୍ୟାପିଟାଲ ହସ୍ପିଟାଲ, ଶିଶୁ ଭବନ ଛକ, ବାପୁଜୀ ନଗର, ଭୁବନେଶ୍ୱର ରେଳ ଷ୍ଟେସନ, ରାମ ମନ୍ଦିର ଛକ, ବାଣୀବିହାର, ଆଚାର୍ଯ୍ୟ ବିହାର, ଜୟଦେବ ବିହାର, ଜାଭିୟର ଛକ, ରେଳ ସଦନ, ଡିଷ୍ଟ୍ରିକ୍ଟ ସେଂଟର ଡମଣା ଛକ, ପଟିଆ ଛକ, କିଟ୍ ଛକ, ନନ୍ଦନ ବିହାର, ରଘୁନାଥପୁ, ନନ୍ଦନକାନନ ପ୍ରାଣୀ ଉଦ୍ୟନ ଆଦି ସ୍ଥାନରେ ରହିବ ମେଟ୍ରୋ ଟ୍ରେନ୍ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe