ଫୱାଦ ମିର୍ଜା ରଚିଲେ ଇତିହାସ । ୨୦ ବର୍ଷରେ ପ୍ରଥମ ଥର ଭାରତ ଅଶ୍ୱାରୋହରେ ହାସଲ କଲା ଅଲମ୍ପିକ କୋଟା

138

ଏସୀୟ କ୍ରୀଡାରେ ୨ଟି ପଦକ ଜିତିଥିବା ଅଶ୍ୱାରୋହୀ ଫୱାଦ ମିର୍ଜା ଯୋଗ୍ୟତା ପର୍ଯ୍ୟାୟରେ ଶ୍ରେଷ୍ଠସ୍ଥାନ ହାସଲ କରି ୨୦ ବର୍ଷର ଅପେକ୍ଷା ଶେଷ କରିଛନ୍ତି । ମିର୍ଜା ଚଳିତ ମାସ ୟୁରୋପିୟ ସ୍ତର ପ୍ରତିଯୋଗିତା ଶେଷ ହେବା ପରେ ଦକ୍ଷିଣ ପୂର୍ବ ଏସିଆ, ଓସିୟାନା ଗୃପ ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ଶ୍ରେଷ୍ଠ ରାଙ୍କର ଅଶ୍ୱାରୋହୀ ହୋଇପାରିଛନ୍ତି । ଏହି କ୍ଷେତ୍ରରେ ଅନ୍ତର୍ଜାତୀୟ ଅଶ୍ୱାରୋହୀ ମହାସଂଘ(ଏଫଇଆଇ) ୨୦୨୦ ଫେବୃୟାରୀ ୨୦ରେ ଘୋଷଣା କରିବ ବୋଲି ସୂଚନା ମିଳିଛି ।
ପୂର୍ବରୁ ଇମିତ୍ୟାଜ ଅନିସ (ସିଡିନୀ, ୨୦୦୦) ସ୍ୱର୍ଗତ ୱିଙ୍ଗ କମାଣ୍ଡର ଆଇଜେ ଲାମ୍ବା (ଆଟଲାଣ୍ଟା, ୧୯୯୬)ରେ ଅଲିମ୍ପିକ ଭାରତରୁ ପ୍ରତିନିଧିତ୍ୱ କରିଥିଲେ । ଚଳିତ ବର୍ଷ ଅଗଷ୍ଟରେ ଅର୍ଜୁନ ପୁରସ୍କାର ପ୍ରାପ୍ତ ୨୭ ବର୍ଷୀୟ ଅଶ୍ୱାରୋହୀ ଫୱାଦ ମିର୍ଜା ୬ଟି ଯୋଗ୍ୟତା ପର୍ଯ୍ୟାୟ କାର୍ଯ୍ୟଳୟରେ ୬୪ ପଏଣ୍ଟ ହାସଲ କରିଥିଲେ ।
ମିର୍ଜା ଜର୍ମାନୀରୁ ଜାତୀୟ ଗଣମାଧ୍ୟମକୁ କହିଛନ୍ତି, ମୋତେ କୋଟା ମିଳିବାର ଆଶା ଥିଲା କିନ୍ତୁ ଚୀନ ଓ ଥାଇଲ୍ୟାଣ୍ଡ ଟିମକୁ ଯୋଗ୍ୟତା ଅର୍ଜନ କରିବା ବାକି ରହିଥିଲା । ଗତ ସପ୍ତାହରେ ଉଭୟ ଟିମ ଇଟାଲିରେ ଯୋଗ୍ୟତା ପ୍ରାପ୍ତ କରିଥିଲା । ଯଦି ଏହି ୨ଟି ଯୋଗ୍ୟ ହୋଇପାରିନଥାନ୍ତେ, ତେବେ ତାଙ୍କୁ କୋଟା ପାଇବା ସମ୍ଭବ ହୋଇପାରି ନଥାନ୍ତା । କୋଟା ହାସଲ କରି ସେ ଅତ୍ୟଧିବ ଖୁସି ଥିବା ଜଣାଇଛନ୍ତି । ଆଗାମୀ ପ୍ରତିଯୋଗିତା ପାଇଁ ଆହୁରି ପ୍ରସ୍ତୁତି ହେବାର ଅଛି ବୋଲି ଶେଷରେ କହିଥିଲେ ।