ଫ୍ରାନ୍ସରୁ ମିଳିଲା ଡାଇନାସୋର ହାଡ ! ବୈଜ୍ଞାନିକଙ୍କ ହାତରେ ଲାଗିଲା ବଡ ସଫଳତା, ଫ୍ରାନ୍ସରୁ ମିଳିଲା ଦୁର୍ଲଭ ଡାଇନାସୋରର ୬ ଫୁଟିଆ ଜଙ୍ଘ ହାଡ

326

ଲକ୍ଷ ଲକ୍ଷ ବର୍ଷ ପୂର୍ବେ ପୃଥିବୀର ପ୍ରଥମ ହିଂସ୍ରଜନ୍ତୁ ଭାବେ ପ୍ରସିଦ୍ଧ ହୋଇଥିବା “ଡାଇନାସୋର” ଏବେ ପୁଣି ଚର୍ଚ୍ଚାର ପରିସରକୁ ଆସିଛି । ଫ୍ରାନ୍ସର ଆନଜେକ୍ ଅଚଂଳରେ ଦୁନିଆର ସବୁଠାରୁ ବଡ ଡାଇନାସୋରର ଜୀବାଶ୍ମ ମିଳିଛି । ଏବେ ବୈଜ୍ଞାନିକମାନେ ସମ୍ପୁର୍ଣ୍ଣ ଅଂଚଳକୁ ଛାନଭିନ୍ କରି ଦେଖିବାକୁ ଲାଗିଛନ୍ତି । ବୈଜ୍ଞାନିକଙ୍କୁ ଯେଉଁ ଡାଇନାସୋରର ଜୀବାଶ୍ମ ମିଳିଛି ତାହାର ଜଙ୍ଘର ହାଡର ଆକାର ହୋଉଛି ୬ ଫୁଟ୍ । ବୈଜ୍ଞାନିକଙ୍କ କହିବାନୁସାରେ ଏହା ଏକ ବିଶାଳକାୟ ଡାଇନାସୋରର ଜୀବାଶ୍ମ । ଆପଣଙ୍କୁ କହିରଖୁଛୁ ଯେ ବୈଜ୍ଞାନିକମାନେ ଏକ ଦଶନ୍ଧି ଧରି ଏଠାରେ ଡାଇନାସୋରର ଜୀବାଶ୍ମକୁ ଖୋଜୁଥିଲେ ।

ବୈଜ୍ଞାନିକଙ୍କ କହିବାନୁସାର ଏହି ହାଡ ହେଉଛି ସାରୋପାଡ ଡାଇନାସୋରର । ସାରୋପାଡ ଡାଇନାସୋରର ଆମିଷ ଖାଉନଥିଲେ । ତାଙ୍କ ବେକ ଏବଂ ଲାଞ୍ଜ ଖୁବ୍ ଲମ୍ବା ହେଉଥିଲା । ଏହି ଡାଇନାସୋର ଜୁରାସିକ କାଳର ଅନ୍ତିମ ବର୍ଷରେ ଦେଖିବାକୁ ମିଳୁଥିଲେ । ପୃଥିବୀରେ ଦେଖାଯାଉଥିବା ବିଶାଳକାୟ ଜନ୍ତୁ ଭିତରୁ ଏହି ଡାଇନାସୋର ଅନ୍ୟତମ ଥିଲେ । ନ୍ୟାସନାଲ୍ ହିଷ୍ଟ୍ରି ମ୍ୟୁଜିୟମ୍ ଅଫ୍ ପ୍ୟାରିସ୍ ଅନୁସାରେ ଡାଇନାସୋରର ଯେଉଁ ହାଡ ମିଳିଛି । ସେଥିରେ ମାଂସପେଶୀ ଭାଙ୍ଗିଥିବା ଏବଂ କ୍ଷତ ଥିଲା ଭଳି ଜଣାପଡୁଛି ।

 

ଏତେ ବଡ ଆକାରର ହାଡ ଏତେ ବର୍ଷ ହେଲା ଭଲ ସ୍ଥିତିରେ ମିଳିବା ସାମାନ୍ୟତଃ ଅସମ୍ଭବ । ସାଧାରଣତଃ ଏଭଳି ହାଡ ସ୍ୱୟଂ ସଢି ଭାଙ୍ଗିଯାଏ କିମ୍ବା ନଷ୍ଟ ହୋଇଯାଏ । ଏଭଳି ଡାଇନାସୋର ୧୪ ହଜାର ବର୍ଷ ତଳେ ପୃଥିବୀରେ ଦେଖିବାକୁ ମିଳୁଥିଲେ ଯାହାଙ୍କ ଓଜନ ୪୦ ରୁ ୫୦ ଟନ୍ ହେଉଥିଲା । ୨୦୧୦ ରେ ମଧ୍ୟ ଏହି ପ୍ରଜାତୀର ହାଡ ବୈଜ୍ଞାନିକଙ୍କୁ ମିଳିଥିଲା । ସେତେବେଳେ ମଧ୍ୟ ଡାଇନାସୋରର ଜଙ୍ଘର ହାଡ ମିଳିଥିଲା ଯାହା ୨.୨ ମିଟର ଲମ୍ବା ଥିଲା । ଯାହାର ଓଜନ ପାଖାପାଖି ୫୦୦ କିଲୋଗ୍ରାମ୍ ଥିଲା ।