କାଠ ଚୋରି କରି ଧରାପଡ଼ିଲେ ଫରେଷ୍ଟର ଓ ଦୁଇ ବନ କର୍ମଚାରୀ

132

କନକ ବ୍ୟୁରୋ: କାଠ ଚୋରି କରି ଧରାପଡ଼ିଲେ ଫରେଷ୍ଟର । ବାଣପୁରର ଦାମିଆ ବରବରା ଜଙ୍ଗଲରେ ଶାଗୁଆନ ଗଛ କାଟୁଥିବା ବେଳେ ଫରେଷ୍ଟର ଓ ଦୁଇ ବନ କର୍ମଚାରୀଙ୍କୁ ଧରି ଆଣ୍ଠେଇ ଦେଲେ ଗ୍ରାମବାସୀ । ଜଙ୍ଗଲ ଭିତରେ ଶାଗୁଆନ ଗଛ କାଟୁଥିବା ବେଳେ ଫରେଷ୍ଟର ଧୁସାସନ ନାୟକ ଓ ଅନ୍ୟ ଦୁଇ ଜଣଙ୍କୁ ଧରିଛନ୍ତି ଗ୍ରାମବାସୀ । ତିନି ଜଣ ଖୋର୍ଦ୍ଧା ବାଣପୁର ଶାଗୁଆନ ଜଙ୍ଗଲରେ ଗଛ କାଟିବା ଗ୍ରାମବାସୀଙ୍କ ହାତରେ ଧରାପଡ଼ିବା ପରେ ଗାଁଲୋକେ ତାଙ୍କୁ ଆଣ୍ଠେଇ ଦେଇଥିଲେ । କାଠ କଟାଳିଙ୍କ ସହ ମିଶି ଏମାନେ ୧୦ ଫୁଟର ଏକ ଶାଗୁଆନ କାଠ କାଟୁଥିବା ବେଳେ ଜଙ୍ଗଲ ଜଗିବା ଦାୟିତ୍ୱରେ ଥିବା ଗ୍ରାମବାସୀଙ୍କ ହାବୁଡରେ ପଡ଼ିଥିଲେ । ବାଣପୁର ଏସଆଇ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ କରୁଛନ୍ତି । ଏସିଆ ମହାଦେଶର ବୃହତ ଶାଗୁଆନ ଜଙ୍ଗଲ ହେଉଛି ଦାମିଆ ବରବରା ଜଙ୍ଗଲ । ଏହା ଏକ ଆଦିବାସୀ ଅଧଷିିତ ଅଞ୍ଚଳ ହୋଇଥିବାରୁ କାଠ ମାଫିଆ ମାନଙ୍କର ଏହି ମୂଲ୍ୟବାନ କାଠ ଉପରେ ନଜର ପଡ଼ିଆସୁଛି ।