ପଦ୍ମ ସମ୍ମାନ ନେବାକୁ ମନା କଲେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଜୀ । ପୂର୍ବରୁ ସୂଚନା ମିଳିନଥିବାରୁ ପଦ୍ମ ଭୂଷଣ ନେବାକୁ ମନାକଲେ

174

କନକ ବ୍ୟୁରୋ: ପଦ୍ମ ପୁରସ୍କାର ଗ୍ରହଣ କରିବାକୁ ମନା କଲେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଦଦେବ ଭଟ୍ଟାଚାର୍ଜୀ । । କେନ୍ଦ୍ର ସରକାର ମଙ୍ଗଳବାର ପଦ୍ମ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରିଥିଲେ । ଯେଉଁଥିରେ ବୁଦ୍ଦଦେବ ଭଟ୍ଟାଚାର୍ଜୀଙ୍କୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରିବାକୁ ଘୋଷଣା ହୋଇଥିଲା । କେନ୍ଦ୍ର ସରକାର ମତେ ଏହି ସମ୍ମାନରେ ସମ୍ମାନିତ କରିବାକୁ ନିଷ୍ପତି ନେଲେ କିନ୍ତୁ ମୋତେ ଏ ସମ୍ପର୍କରେ ସୂଚନା ଦିଆଯାଇନଥିଲା । କିମ୍ବା ମୁଁ ଏ ବିଷୟରେ ଅବଗତ ନ ଥିଲି ବୋଲି କାରଣରେ କହିଛନ୍ତି ବୁଦ୍ଦଦେବ ଭଟ୍ଟାଚାର୍ଜୀ । ବୁଦ୍ଦଦେବ ଭଟ୍ଟାଚାର୍ଜୀ ୨୦୦୦ ରୁ ୨୦୧୧ ଯାଏଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଥିଲେ ।

ସେହିପରି ଆଉ ଜଣେ ବିଶିଷ୍ଠ ବ୍ୟକ୍ତି ମଧ୍ୟ ପଦ୍ମ ପୁରସ୍କାର ନେବାକୁ ମନା କରିଛନ୍ତି । ବିଶିଷ୍ଠ କଣ୍ଠଶିଳ୍ପୀ ସନ୍ଧ୍ୟା ମୂଖାର୍ଜୀଙ୍କୁ ମଧ୍ୟ ସରକାର ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିବା ପାଇଁ ନିଷ୍ପତି ନେଇଥିଲେ । କିନ୍ତୁ ଏହି ବିଶିଷ୍ଠ ଗାୟିକା ଏହି ସମ୍ମାନ ନେବାକୁ ମନା କରିଛନ୍ତି । ୯୦ ବୟସରେ ଜଣେ ବ୍ୟକ୍ତିଙ୍କୁ ପଦ୍ମଶ୍ରୀ ଦେବା ଅପମାନ ଜନକ ବୋଲି ତାଙ୍କ ଝିଅ ସୋମି ସେନଗୁପ୍ତା କହିଛନ୍ତି । ସନ୍ଧ୍ୟା ମୂଖାର୍ଜୀ ବଲିଉଡରେ ଦଶନ୍ଧି ଧରି କଣ୍ଠଦାନ କରିଛନ୍ତି । ୬୦ ଓ ୭୦ ଦଶକରୁ ଆରମ୍ଭ କରି ସେ ଆଜି ବି ତାଙ୍କ ସ୍ୱରରେ ସେଇ ମଧୁରତା ଅଛି ବୋଲି କୁହାଯାଉଛି ।