କନକ ବ୍ୟୁରୋ: ନିର୍ବାଚନର ଅବ୍ୟବହିତ ପୂର୍ବରୁ କଂଗ୍ରେସରେ ଯୋଗ ଦେଇ ସମ୍ବଲପୁର ବିଧାନସଭା ପାଇଁ ଛିଡ଼ା ହୋଇଥିବା ଭିମସାରର ପୂର୍ବତନ ନିର୍ଦେଶକ ଡା.ଅଶ୍ବିନୀ ପୂଜାହାରୀ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଡା.ପୂଜାହାରୀ ଏଆଇସିସି ସଭାପତି ଓ ଜିଲ୍ଲା କଂଗ୍ରେସ ସଭାପତିଙ୍କୁ ନିଜ ଇସ୍ତଫାପତ୍ର ପଠାଇବା ସହ ଏହାକୁ ଗ୍ରହଣ କରିବାକୁ ମଧ୍ୟ ଅନୁରୋଧ କରିଛନ୍ତି।
ଗତ ନିର୍ବାଚନରେ ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦଳ ଆଶାନୁରୂପ ଭୋଟ ନ ପାଇବା ପରେ ଗତ ୨୬ ତାରିଖରେ ଜିଲ୍ଲା କଂଗ୍ରେସ ଭବନରେ ହୋଇଥିବା ସମୀକ୍ଷା ବୈଠକରେ କର୍ମୀମାନେ ଡା. ପୂଜାହାରୀଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏହି ଘଟଣାକୁ କଂଗ୍ରେସ କାର୍ୟ୍ୟାଳୟରେ ଉତ୍ତେଜନା ମଧ୍ୟ ଦେଖା ଦେଇଥିଲା। ତେବେ ଡା.ପୂଜାହାରୀଙ୍କୁ ଅମପାନିତ କରାଯାଇଥିବା ତଥା ତାଙ୍କର ଜଣେ ସମର୍ଥକଙ୍କୁ ମାଡ଼ ମରାଯାଇଥିବା ଘଟଣାରେ କ୍ଷୁବ୍ଧ ହୋଇ ଡା.ପୂଜାହାରୀ ତାଙ୍କ ପଦରୁ ଇସ୍ତଫା ଦେଇଥିବା ଜିଲ୍ଲା ସଭାପତି ଅଶ୍ବିନୀ ଗୁରୁଙ୍କୁ ଦେଇଥିବା ଚିଠିରେ ଉଲ୍ଲେଖ କରିଛନ୍ତି।
ଏ ନେଇ ଡା.ପୂଜାହାରୀଙ୍କୁ ଯୋଗାଯୋଗ କରାଯିବାରେ, ‘ଯେଉଁ ଦଳରେ ସ୍ବାଭିମାନ ନାହିଁ, ନିଜ ସମର୍ଥକଙ୍କୁ ସମ୍ମାନ ନାହିଁ ସେଠାରେ ରହିବାର ବି କିଛି ଅଭିପ୍ରାୟ ନାହିଁ’ ବୋଲି କହିଥିଲେ। ତେବେ ଅନ୍ୟ କୌଣସି ଦଳକୁ ଯିବେ କି ବୋଲି ପଚାରିବାରେ ତାହା ଭବିଷ୍ୟତରେ ସ୍ଥିର କରିବ ବୋଲି ଉତ୍ତର ଦେଇଥିଲେ। ତେବେ ଏନେଇ ଜିଲ୍ଲା କଂଗ୍ରେସ ସଭାପତି ଅଶ୍ବିନୀ ଗୁରୁଙ୍କୁ ପଚାରିବାରେ ଏଭଳି କୌଣସି ଇସ୍ତଫା ପତ୍ର ତାଙ୍କର ହସ୍ତଗତ ହୋଇନଥିବା କହିଥିଲେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/07/Aswini-pujahari-640x438.png)
/kanak/media/post_attachments/wp-content/uploads/2019/07/mqdefault-300x169.jpg)
/kanak/media/post_attachments/wp-content/uploads/2019/07/SBPHO30-SBP-Aswini-Pujahari-nka-Congress-ru-Istafa-300x150.jpg)