ସନ୍ୟାସ ନେଇଗଲେ କି ମାହି ? କିମ୍ବଦନ୍ତୀ କ୍ରିକେଟର କପିଲ ଦେବ କହିଲେ ଧୋନୀଙ୍କ ଭବିଷ୍ୟତ କଥା, କ୍ରିକେଟ୍ ପଡ଼ିଆରୁ ଦୀର୍ଘଦିନ ଦୂରେଇ ରହିଥିବା ଯୋଗୁ ଦଳକୁ ଫେରିବା ଧୋନୀଙ୍କ ପାଇଁ କଷ୍ଟକର

916

କନକ ବ୍ୟୁରୋ: ମହେନ୍ଦ୍ର ସିଂହ ଧୋନୀ । ଜବରଦସ୍ତ ବ୍ୟାଟ୍ସମାନ୍, ଆଉ ଦକ୍ଷ ୱିକେଟ୍ କିପର । ନିଜ ଖେଳିବା ଶୈଳୀରେ କୋଟି କୋଟି କ୍ରିକେଟ ପ୍ରଂଶସକ ବନାଇ ପାରିଛନ୍ତି ଧୋନୀ । ତେବେ ବିସିସିଆଇର ବାର୍ଷିକ ଚୁକ୍ତି ତାଲିକାରୁ ବାଦ ପଡିବା ପରେ କ୍ରିକେଟ୍ରେ ଧୋନୀଙ୍କ ଭବିଷ୍ୟତକୁ ନେଇ ଅନେକ ପ୍ରଶ୍ନ ଉଠୁଛି । କ’ଣ ସତରେ କ୍ରିକେଟରରୁ ସନ୍ୟାସ ନେବେ ମାହି? ଏଭଳି ଚର୍ଚ୍ଚା ମଧ୍ୟ ହେଉଛି । ୱାର୍ଲ୍ଡ କପ-୨୦୧୯ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ଠାରୁ ପରଜାୟ ପରେ ଆଉ ପଡିଆକୁ ଓହ୍ଲାଇ ନାହାଁନ୍ତି ଧୋନୀ ।

ଏପରି ସମୟରେ ଧୋନୀଙ୍କ କ୍ରିକେଟ ଭବିଷ୍ୟତକୁ ନେଇ ଅନେକ ମନ୍ତବ୍ୟ ରଖିଛନ୍ତି ପୂର୍ବତନ କ୍ରିକେଟ ଅଲରାଉଣ୍ଡର କପିଲ ଦେବ । କପିଲ ଦେବ କହିଛନ୍ତି – ଏବେ ଏମ୍.ଏସ୍. ଧୋନୀଙ୍କ ପାଇଁ କ୍ରିକେଟକୁ ଫେରିବା କଷ୍ଟକର ହୋଇଯିବ । ଦୀର୍ଘ ୬,୭ ମାସ ହେବ ସେ ଆଉ କ୍ରିକେଟ ଖେଳୁ ନାହାଁନ୍ତି । ଯାହାପାଇଁ ଚୟନକର୍ତ୍ତାଙ୍କ ପାଇଁ ଧୋନୀଙ୍କୁ ବାଛିବା ଅସମ୍ଭବ ହୋଇଯିବ ।

ଲମ୍ବା ସମୟ ଧରି ଧୋନୀ କ୍ରିକେଟଠାରୁ ଦୁରରେ ରହିଛନ୍ତି । ଯାହାପାଇଁ ତାଙ୍କୁ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବା କଷ୍ଟକର ହୋଇଯିବ । ତେବେ ଧୋନୀ ପାଖରେ ଏବେ ଆଇପିଏଲ ଅଛି । ଆଗକୁ ଆପିଏଲରେ ତାଙ୍କ ଫର୍ମ ଉପରେ ଚୟନକର୍ତାଙ୍କ ନଜର ରହିବ । ଯଦି ଧୋନୀ ଭଲ ପ୍ରଦର୍ଶନ କରନ୍ତି ତାହାଲେ ତାଙ୍କ ଫେରିବାର ସମ୍ଭାବନ ରହିବ ବୋଲି କହିଛନ୍ତି କପିଲ ଦେବ ।