କନକ ବ୍ୟୁରୋ: ଆତ୍ମସମର୍ପଣ କରିପାରନ୍ତି ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ୨୦୧୭ରୁ ୨୦୨୧ ପର୍ଯ୍ୟନ୍ତ ସବୁଠୁ ଶକ୍ତିଶାଳୀ ଦେଶର ରାଷ୍ଟ୍ରପତି ଭାବେ ଦାୟିତ୍ୱ ତୁଳାଇଛନ୍ତି । ବହୁଚର୍ଚ୍ଚିତ ‘ହସ୍ ମନି’ ମାମଲାରେ ହୋଇଥିବା ଅଭିଯୋଗ ଆଧାରରେ ତାଙ୍କ ବିରୋଧରେ ଗ୍ରାଣ୍ଡ ଜୁରୀ ପ୍ରମାଣ ପାଇବା ପରେ ଏବେ ଟ୍ରମ୍ପଙ୍କ ବିରୋଧରେ ଅପରାଧିକ ମାମଲା ଚାଲିବ । ତେବେ ଏହି ମାମଲାରେ ଡୋନାଲ୍ଡ ଟ୍ରମ୍ପ ଆତ୍ମସମର୍ପଣ କରିପାରନ୍ତି । ହସ୍ ମନି ମାମଲାରେ ଗ୍ରାଣ୍ଡ ଜୁରୀ ଟ୍ରମ୍ପଙ୍କ ବିରୋଧରେ ହୋଇଥିବା ଅଭିଯୋଗରେ ସତ୍ୟତା ଥିବା ଜାଣିବାକୁ ପାଇଥିଲେ । ଟ୍ରମ୍ପଙ୍କ ଓକିଲ, ପର୍ଣ୍ଣ ଷ୍ଟାର ଷ୍ଟର୍ମି ଡାନିଏଲଙ୍କୁ ଚୁପ୍ କରିବାକୁ ୧ଲକ୍ଷ ୩୦ ହଜାର ଡଲାରର ‘ହସ୍ ମନି’ ଦେଇଥିଲେ । ‘ହସ୍ ମନି’ ଅର୍ଥାତ ଲଜ୍ଜାକର କଥା ପ୍ରଘଟ ନକରିବାକୁ ଦିଆଯାଉଥିବା ଅର୍ଥ । ୨୦୧୬ରେ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପ, ଜଣେ ପର୍ଣ୍ଣ ଷ୍ଟାରକୁ ହସି ମନ୍ ଦେଇଥିବା ନେଇ ଅଭିଯୋଗ ପରେ ଗ୍ରାଣ୍ଡ ଜୁରୀ ଏହାର ତଦନ୍ତ କରୁଥିଲେ । ନ୍ୟୁୟର୍କ ଟାଇମ୍ସ ମୁତାବକ ଟ୍ରମ୍ପଙ୍କ ଆତ୍ମସମର୍ପଣ ପରେ କଣ ହେବ ।

Advertisment

ଆତ୍ମସମର୍ପଣ କରିବେ ଟ୍ରମ୍ପ!
- ଟ୍ରମ୍ପଙ୍କ ବିରୋଧରେ କୋର୍ଟରେ ଡକ୍ୟୁମେଂଟ ଉପସ୍ଥାପନ କରାଯାଇଛି
- କେଉଁ ଅଭିଯୋଗ ରହିଛି ତାହା ସ୍ପଷ୍ଟ ଭାବରେ ଲେଖାଅଛି
- କେଉଁ ଆଇନର ଉଲ୍ଲଙ୍ଘନ କରିଛନ୍ତି ତାହା ଉଲ୍ଲେଖ ରହିଛି
- ଆତ୍ମସମର୍ପଣ ପରେ ଟ୍ରମ୍ପଙ୍କ ସହ ଆଇନ ଅନୁଯାୟୀ ପ୍ରକ୍ରୀୟା କରାଯିବ
- ରେକର୍ଡ ପାଇଁ ତାଙ୍କ ଫଟୋ ଓ ଟିପ ଚିହ୍ନ ବି ନିଆଯିବ
- ଟ୍ରମ୍ପଙ୍କୁ ହାତକଡି ପିନ୍ଧା ଯିବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ
- ଆମେରିକାର ପୂର୍ବତନ ରାଷ୍ଟ୍ରପତି ହୋଇଥିବାରୁ ଆତ୍ମସମର୍ପଣ ପାଇଁ କୋର୍ଟ ଯିବା ପର୍ଯ୍ୟନ୍ତ ୟୁଏସ ସିକ୍ରେଟ ସର୍ଭିସର ସୁରକ୍ଷାକର୍ମୀ ରହିବେ
- ମାମଲାରେ ରାୟ ଆସିବା ପାଇଁ କିଛି ମାସ ସମୟ ଲାଗିପାରେ
- ଅପରାଧିକ ମାମଲା ଲଗାଇ ମୋକଦ୍ଦମା କରିବାକୁ ଗ୍ରାଣ୍ଡ ଜୁରୀ ନିଷ୍ପତି ନେଇଛନ୍ତି

୨୦୧୬ରେ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଟ୍ରମ୍ପ ଜଣେ ପର୍ଣ୍ଣ ଷ୍ଟାରଙ୍କୁ ତାଙ୍କର କଳା କାରନାମା ସମ୍ପର୍କରେ ଚୁପ୍ ରହିବା ପାଇଁ ଟଙ୍କା ଦେଇଥିଲେ । ଏହି ଅଭିଯୋଗ ପରେ ମାନହାଟ୍ଟନ ଗ୍ରାଣ୍ଡ ଜୁରୀ ତଦନ୍ତ ଆରମ୍ଭ କରିିଥିଲା । ପ୍ରାଥମିକ ତଦନ୍ତ ପରେ ଟ୍ରମ୍ପଙ୍କ ବିରୋଧରେ ଆସିଥିବା ଅଭିଯୋଗରେ ସତ୍ୟତା ଥିବା ତଦନ୍ତକାରୀ ଟିମ୍ ଜାଣିବାକୁ ପାଇଥିଲେ । ତେଣୁ ତାଙ୍କ ବିରୋଧରେ ଅପରାଧିକ ମାମଲା କରିବାକୁ ଜୁରୀ ପକ୍ଷରୁ କୁହାଯାଇଛି । ଆମେରିକାର ଜଣେ ପୂର୍ବତନ ରାଷ୍ଟ୍ରପତି ଅପରାଧିକ ମାମଲାର ସମ୍ମୁଖୀନ ହେବାରେ ଏହା ହେଉଛି ପ୍ରଥମ ଘଟଣା । କିନ୍ତୁ ତାଙ୍କ ନାଁରେ ଆଗତ ହୋଇଥିବା ଏହି ଅଭିଯୋଗକୁ ସାର୍ବଜନୀନ କରାଯାଇନାହିଁ । ଗୋଟିଏ ପଟେ ଟ୍ରମ୍ପ ୨୦୨୪ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଅନ୍ୟପଟେ ତାଙ୍କ ବିରୋଧରେ ଚାଲିବ ଅପରାଧିକ ମାମଲା । ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ପର୍ଣ୍ଣ ଷ୍ଟାର ଷ୍ଟର୍ମି ଡାନିଏଲଙ୍କ ଅନୈତିକ ସମ୍ପର୍କ ରହିଥିଲା । ଏବଂ ଏହି କଥା ପ୍ରଘଟ ନକରିବାକୁ ଷ୍ଟର୍ମି ଡାନିଏଲଙ୍କୁ ଟ୍ରମ୍ପ ୧ଲକ୍ଷ ୩୦ହଜାର ଡଲାର ହସ୍ ମନି ଭାବେ ଦେଇଥିବା ତଦନ୍ତରୁ ଜଣାପଡିଛି । ପର୍ଣ୍ଣ ଷ୍ଟାର ଷ୍ଟର୍ମି ଡାନିଏଲ ତାଙ୍କ ବହିରେ ଏନେଇ ଖୁଲାସା କରି ଲେଖିଥିଲେ :-

ଟ୍ରମ୍ପ-ଷ୍ଟର୍ମିଙ୍କ ସମ୍ପର୍କ
- ୨୦୦୬ରେ ଟ୍ରମ୍ପଙ୍କ ସହ ଷ୍ଟର୍ମିଙ୍କ ସାକ୍ଷାତ ହୋଇଥିଲା
- ସେତେବେଳେ ଟ୍ରମ୍ପ ରିୟଲ ଇଷ୍ଟେଟ ବ୍ୟବସାୟୀ ଥିଲେ
- ଡାନିଏଲଙ୍କୁ ୨୭ବର୍ଷ ବୟସ ହେଉଥିବା ବେଳେ ଟ୍ରମ୍ପଙ୍କୁ ୬୦ବର୍ଷ ବୟସ ହୋଇଥିଲା
- ୨୦୦୬ରେ ଟ୍ରମ୍ପଙ୍କ ସହ ଷ୍ଟର୍ମି ଡାନିଏଲଙ୍କ ସାକ୍ଷାତ ହେବା ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା
- ୨୦୧୬ରେ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଡାନିଏଲଙ୍କୁ ଚୁପ୍ ରହିବା ପାଇଁ ଟଙ୍କା ଦିଆଯାଇଥିଲା
- ୧ କୋଟି ୭ଲକ୍ଷ ଟଙ୍କା ଦେଇଥିଲେ ଟ୍ରମ୍ପଙ୍କ ଓକିଲ
- ୨୦୧୮ରେ ୱାଲ ଷ୍ଟ୍ରିଟ ଜର୍ଣ୍ଣାଲରେ ଏନେଇ ଖୁଲାସା ହୋଇଥିଲା
- ଏହାକୁ ଆଧାର କରି ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା