ଫେବ୍ରୁଆରୀରେ ମମତାଙ୍କ ଦଳ ଛାଡିଥିଲେ, ଆଜି ବିଜେପିରେ ସାମିଲ ହେଲେ ଦିନେଶ । ଜେପି ନଡ୍ଡା କହିଲେ, ଉପଯୁକ୍ତ ଦଳରେ ସାମିଲ ହୋଇଛନ୍ତି ଦିନେଶ ।

Advertisment
ଫେବ୍ରୁଆରୀରେ ମମତାଙ୍କ ଦଳ ଛାଡିଥିଲେ, ଆଜି ବିଜେପିରେ ସାମିଲ ହେଲେ ଦିନେଶ । ଜେପି ନଡ୍ଡା କହିଲେ, ଉପଯୁକ୍ତ ଦଳରେ ସାମିଲ ହୋଇଛନ୍ତି ଦିନେଶ ।

କନକ ବ୍ୟୁରୋ : ଫେବ୍ରୁଆରୀ ମାସରେ ରାଜ୍ୟସଭାରୁ ଇସ୍ତଫା ଦେଇଥିବା ତୃଣମୂଳ କଂଗ୍ରେସର ପୂର୍ବତନ ସାଂସଦ ଦିନେଶ ତ୍ରିବେଦୀ ଆଜି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ନୂଆଦିଲ୍ଲୀରେ ଥିବା ଦଳର ମୁଖ୍ୟାଳୟରେ  ବିଜେପିର ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ ଏବଂ ବିଜେପି ମୁଖପାତ୍ର ସମ୍ବିତ ପାତ୍ରଙ୍କ ଉପସ୍ଥିତିରେ ଦିନେଶ ତ୍ରିବେଦୀ ବିଜେପିରେ ଯୋଗ ଦେଇଛନ୍ତି।

ଦିନେଶ ତ୍ରିବେଦୀଙ୍କୁ ଦଳକୁ ସ୍ୱାଗତ କରି ଜେପି ନଡ୍ଡା କହିଛନ୍ତି, ଦିନେଶଙ୍କୁ ‘ବିଜେପି’କୁ ସ୍ୱାଗତ କରୁଛି। ମୁଁ ସବୁବେଳେ କହୁଥିଲି, ସେ ଅନୁପଯୁକ୍ତ ଦଳରେ ଉପଯୁକ୍ତ ବ୍ୟକ୍ତି, କିନ୍ତୁ ଏବେ ସେ ଉପଯୁକ୍ତ ଦଳରେ ସାମିଲ ହୋଇଛନ୍ତି। ପଶ୍ଚିମବଙ୍ଗ ନିର୍ବାଚନରେ ଦିନେଶ ତ୍ରିବେଦୀ ସକ୍ରିୟ ଭୂମିକା ଗ୍ରହଣ କରିବେ।

ସେହିଭଳି ବିଜେପିରେ ଯୋଗ ଦେବା ପରେ ଦିନେଶ ତ୍ରିବେଦୀ କହିଛନ୍ତି , ମୁଁ କଦାପି ବ୍ୟବସାୟରେ ଆଗ୍ରହୀ ନ ଥିଲି। ଆଜି ମୁଁ ‘ଜନତା ପରିବାର’ରେ ଯୋଗ ଦେଇଛି। ଅନ୍ୟ ଦଳରେ ସେମାନେ ଜନତାଙ୍କର ନୁହେଁ, ପରିବାର ସେବା କରନ୍ତି। ରାଜ୍ୟର ପରିସ୍ଥିତି ବିଷୟରେ ପଶ୍ଚିମବଙ୍ଗରେ ଅନେକ ଲୋକ ମତେ ପଚାରୁଥିଲେ। ଶେଷରେ ପଶ୍ଚିମବଙ୍ଗରେ ଯେଉଁ ସ୍ଥିତି ଦେଖାଦେଇଥିଲା ତାହା ମୋତେ ବେଶ ବାଧିଥିଲା । ଖାସକରି ଏବେ ଥିବା ସରକାର ସମୟରେ ପଶ୍ଚିମବଙ୍ଗରେ ବ୍ୟାପକ ଦୁର୍ନୀତି ଚାଲିଛି ବୋଲି କହିଛନ୍ତି ଦିନେଶ ତ୍ରିବେଦୀ ।

ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଥିବା ଦିନେଶ ଫେବ୍ରୁଆରୀ ତାରିଖ  ୧୨ ଦିନ ସଂସଦରେ ବଜେଟ୍‌ ସଂକ୍ରାନ୍ତ ବିତର୍କ ସମୟରେ ରାଜ୍ୟସଭାରୁ ଇସ୍ତଫା ଦେଇଥିବା କଥା ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe