ପଞ୍ଜାବରେ କଂଗ୍ରେସ ହାରୁଛି, ଆମ୍ ଆଦମୀ ପାର୍ଟି ଜିତୁଛି । କଂଗ୍ରେସରୁ ଇସ୍ତଫା ଦେବା ପରେ ବଡ ବୟାନ ଦେଲେ ଅଶ୍ୱିନୀ କୁମାର ।

ପଞ୍ଜାବରେ କଂଗ୍ରେସ ହାରୁଛି, ଆମ୍ ଆଦମୀ ପାର୍ଟି ଜିତୁଛି । କଂଗ୍ରେସରୁ ଇସ୍ତଫା ଦେବା ପରେ ବଡ ବୟାନ ଦେଲେ ଅଶ୍ୱିନୀ କୁମାର ।

କନକ ବ୍ୟୁରୋ: କଂଗ୍ରେସର ବରିଷ୍ଠ ନେତା ଅଶ୍ୱିନୀ କୁମାର ଦଳରୁ ଇସ୍ତଫା ଦେବା ସମସ୍ତଙ୍କୁ ଚମକାଇ ଦେଇଛି । ଦୀର୍ଘ ୪୬ ବର୍ଷ ଧରି କଂଗ୍ରେସରେ ରହିବା ପରେ ଏବେ ସେ ଦଳରୁ ଇସ୍ତଫା ଦେଇଛନ୍ତି । ତେବେ ଇସ୍ତଫା ଦେବା ପରେ ତାଙ୍କର ବୟାନକୁ ନେଇ ମଧ୍ୟ ଏବେ ସବୁଠି ଚର୍ଚ୍ଚା ଆରମ୍ଭ ହୋଇଛି । ସେ ତାଙ୍କର ବୟାନରେ କହିଛନ୍ତି, ପଞ୍ଜାବ ବିଧାନସଭା ନିର୍ବାଚନ ଆଶ୍ଚର୍ଯ୍ୟଜନକ ହେବ । କାହିଁକି ନା, ପଞ୍ଜାବରେ କଂଗ୍ରେସ ସରକାର ହାରୁଛି ଏବଂ ସେଠାରେ ଆପ୍ ସରକାର ଆସୁଛି ।

ତେବେ କଂଗ୍ରେସ ନେତୃତ୍ୱଙ୍କୁ ଏନେଇ ଭାବିବା ଉଚିତ୍ । ନିଷ୍ଠାବାନ ଲୋକମାନେ ଏବେ ଧୀରେ ଧୀରେ ପାର୍ଟିକୁ ଅଲବିଦା କହିବା ଆରମ୍ଭ କଲେଣି । ତେବେ ସେ ନିଜର ଅସ୍ମିତା ଓ ସମ୍ମାନକୁ ଆଖି ଆଗରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି କହିଛନ୍ତି ।

ସୂଚନାଯୋଗ୍ୟ ଯେ, ମନମୋହନ ସିଂହ ସରକାରରେ ଆଇନ୍ ମନ୍ତ୍ରୀ ଥିଲେ ଅଶ୍ୱିନୀ କୁମାର । ତେବେ ଦୀର୍ଘ ୪୬ ବର୍ଷ କାଳ କଂଗ୍ରେସରେ ରହିବା ପରେ ଏବେ ସେ ଦଳରୁ ବିଦାୟ ନେଇଛନ୍ତି । ଆଉ ପାର୍ଟି ହାଇକମାଣ୍ଡ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ନିଜର ଇସ୍ତଫା ଦେଇଛନ୍ତି । ସେ ଚିଠିରେ କହିଛନ୍ତି ଯେ, ସେ ଦଳରୁ ବାହାରେ ରହି ଦେଶ ପାଇଁ ଭଲ ଭାବେ କାମ କରିପାରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe