ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆର ଆହତ । ହାଇଦ୍ରାବାଦର ଯଶୋଦା ହସ୍ପିଟାଲରେ ଭର୍ତ୍ତି

265

କନକ ବ୍ୟୁରୋ: ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆର ଆହତ । ଫାର୍ମ ହାଉସ୍ରେ ଗୋଡ ଖସିଯିବାରୁ ତଳେ ପଡ଼ି ଆହତ ହୋଇଛନ୍ତି । ତାଙ୍କୁ ହାଇଦ୍ରାବାଦର ଯଶୋଦା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ଅଣ୍ଟାରେ ଆଘାତ ଲାଗିଥିବା କୁହାଯାଉଛି । ଡାକ୍ତର କେସିଆରଙ୍କ ଚିକିତ୍ସାରେ ଲାଗିଛନ୍ତି । ନିକଟରେ ହୋଇଥିବା ତେଲେଙ୍ଗାନା ବିଧାନସଭା ନିର୍ବାଚନରେ କେସିଆରଙ୍କ ଦଳ ଭାରତ ରାଷ୍ଟ୍ର ସମିତି ପରାସ୍ତ ହୋଇଛି ।