ଦେଶକୁ ମିଳିଲେ ଦ୍ୱିତୀୟ ଲୋକପାଳ । ସୁପ୍ରିମକୋର୍ଟର ପୂର୍ବ ବିଚାରପତି ଖାନୱଲିକରଙ୍କୁ ଦାୟିତ୍ୱ

167

କନକ ବ୍ୟୁରୋ : ଦେଶର ରାଷ୍ଟ୍ରପତି ଦୌପଦୀ ମୁର୍ମୁ ରବିବାର ଦିନ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଅଜୟ ମାଣିକରାଓ ଖାନୱଲିକରଙ୍କୁ ଲୋକପାଳ ଅଧ୍ୟକ୍ଷ ଭାବେ ଶପଥ ପାଠ କରାଇଛନ୍ତି । ନ୍ୟାୟଧିଶ ଖାନୱଲିକରଙ୍କୁ ଚଳିତବର୍ଷ ଫେବୃଆରୀ ମାସ ଶେଷ ସପ୍ତାହରେ ଲୋକପାଳ ଅଧ୍ୟକ୍ଷ ଭାବେ ଚୟନ କରାଯାଇଥିଲା । ରବିବାର ଦିନ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ସୂଚନା ଥାଉ କି, ଗତ ଦୁଇବର୍ଷ ହେବ ଲୋକପାଳ ଅଧ୍ୟକ୍ଷ ପଦ ଖାଲି ପଡିଥିଲା । ଗତବର୍ଷ ସେପ୍ଟେମ୍ବର ମାସରେ ଏହି ପଦ ପାଇଁ ଅନେକ ନାମ ଚର୍ଚ୍ଚାକୁ ଆସିଥିଲା । ହେଲେ ଶେଷରେ ଖାନୱଲିକରଙ୍କ ନାମ ଉପରେ ମୋହର ବାଜିଥିଲା ।

୨୦୨୨ ମେ’୨୭ ତାରିଖରେ ପିନାକୀ ଚନ୍ଦ୍ର ବୋଷଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଲୋକପାଳ ଅଧ୍ୟକ୍ଷ ପଦ ଖାଲିପଡିଥିଲା । ୨୦୨୨ ମେ’ ୨୭ ତାରିଖରୁ ଦେଶରେ ବିନା ଲୋକପାଳରେ କାର୍ଯ୍ୟ ଚାଲିଥିଲା । ଏବେ ଖାନୱାଲିକରଙ୍କୁ ଲୋକପାଳ ଅଧ୍ୟକ୍ଷ ପଦରେ ଅବସ୍ଥାପିତ କରାଯିବା ସହ ଗତମାସରେ ଜଷ୍ଟିସ ଋତୁରାଜ ଅବସ୍ଥି, ଜଷ୍ଟିସ ଲିଙ୍ଗାପ୍ପା ନାରାୟଣ ସ୍ୱାମୀ, ଜଷ୍ଟିସ ସଂଜୟ ଯାଦବଙ୍କୁ ଲୋକପାଳର ନ୍ୟାୟିକ ସଦସ୍ୟ ଭାବେ ନିଯୁକ୍ତ କରାଯାଇଛି ।

ଜଷ୍ଟିସ ଖାନୱଲିକର ୨୦୧୬ ମେ’୧୩ ତାରିଖରୁ ୨୦୨୨ ଜୁୁଲାଇ ୨୯ ତାରିଖ ପର୍ଯ୍ୟନ୍ତ ସୁପ୍ରିମକୋର୍ଟର ବିଚାରପତି ଭାବେ କାର୍ଯ୍ୟ କରୁଥିଲେ । ତାଙ୍କ ସେବାକାଳ ମଧ୍ୟରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲାରେ ରାୟ ଶୁଣାଇଛନ୍ତି । ଯାହା ମଧ୍ୟରେ ରହିଛି ପିଏମଏଲଏ, ବିଦେଶୀ ଯୋଗଦାନ, ଏହାସହ ସମଲିଙ୍ଗୀ ବିବାହ ଉପରେ ରାୟ ଶୁଣାଇ ସେ ଚର୍ଚ୍ଚାକୁ ଆସିଥିଲେ ।