ବ୍ରହ୍ମପୁର ବାଉରି ସୁକିଣ୍ଡା ଛକରେ ପୂର୍ବତନ ସରପଞ୍ଚଙ୍କୁ ହତ୍ୟା । ଆକ୍ରମଣ କରି ହତ୍ୟା ପରେ ଦୁବୃର୍ତ୍ତ ଫେରାର 

 ଘଟଣାସ୍ଥଳରେ ବଡ଼ ବଜାର ଥାନା ପୁଲିସର ଛାନଭିନ

142

କନକ ବ୍ୟୁରୋ : ବ୍ରହ୍ମପୁର ଉପକଣ୍ଠ ବାଉରି ସୁକିଣ୍ଡା ଛକରେ ପୂର୍ବତନ ସରପଞ୍ଚଙ୍କୁ ହତ୍ୟା । ଲଙ୍ଗରଦେଇର ପୂର୍ବତନ ସରପଞ୍ଚ ଥିଲେ ପ୍ରଦୀପ ବିଷୋୟୀ । ଆଜିି ଭୋରୁ କେହି ଦୁବୃର୍ତ୍ତ ତାଙ୍କୁ ଆକ୍ରମଣ କରି ହତ୍ୟା କରିଛନ୍ତି । ହତ୍ୟାକାଣ୍ଡ ଘଟାଇବା ପରେ ଫେରାର ହୋଇଯାଇଛନ୍ତି ଦୁବୃର୍ତ୍ତ । ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ କରାଯାଇଥିବା ସୂଚନା ରହିଛି ।  ଘଟଣାସ୍ଥଳରେ ବଡ଼ ବଜାର ଥାନା ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଛାନଭିନ ଆରମ୍ଭ କରିଛି । ସେ ପୂର୍ବରୁ କୁକୁଡାଖଣ୍ଡି ବ୍ଲଖର କଂଗ୍ରେସର ପୂର୍ବତନ ବ୍ଲକ ସଭାପତି ରହିଥିଲେ । ଏହା ସହ ୨ ଥର ଅନ୍ତେଇର ସରପଂଚ ରହିଥିଲେ ।