କନକ ବ୍ୟୁରୋ : ପଞ୍ଜାବ ରାଜନୀତିରେ ନୂଆ ଟ୍ୱିଷ୍ଟ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବାକୁ ଗଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ । ଅମିତ ଶାହାଙ୍କ ବାସଭବନରେ ପହଞ୍ଚିଛନ୍ତି ଅମରିନ୍ଦର ।
ତେବେ ଗତକାଲି ଚଣ୍ଡିଗଡରୁ ଦିଲ୍ଲୀ ଆସିଥିଲେ ଅମରିନ୍ଦର ସିଂହ । କାଲିଠୁ ସେ ଦିଲ୍ଲୀରେ ଅଛନ୍ତି । ଗତ ୧୮ ତାରିଖରେ ସେ ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ତେବେ ବିଜେପିରେ ଅମରିନ୍ଦର ସାମିଲ ହେବା ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି ।
ଗତ ୧୮ ତାରିଖରେ ଅମରିନ୍ଦର ସିଂ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ତାଙ୍କ ସ୍ଥାନରେ ଚରଣଜିତ ସିଂ ଚନ୍ନୀ ଏବେ ପଞ୍ଜାବର ମୁଖ୍ୟମନ୍ତ୍ରୀ ରହିଛନ୍ତି । ଅମରିନ୍ଦର ସିଂ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ମଧ୍ୟ କଂଗ୍ରେସରେ ରହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/09/navbharat-times.jpg)