ପଞ୍ଜାବର ପୂର୍ବତନ ବିଜେପି ମୁଖ୍ୟ ଏବଂ ଦଳର ବରିଷ୍ଠ ନେତା କମଳ ଶର୍ମାଙ୍କର ଫିରୋଜପୁର ଜିଲ୍ଲାରେ ରବିବାର ସକାଳେ ହୃଦ୍ଘାତ ଯୋଗୁଁ ମୃତ୍ୟୁ ଘଟିଛି। ୪୮ ବର୍ଷିୟ ଶର୍ମା ସକାଳେ ବୁଲିବାକୁ ଯାଇଥିବା ବେଳେ ତାଙ୍କୁ ହୃଦ୍ଘାତ ହୋଇଥିବା କଥା ତାଙ୍କର ଜଣେ ଘନିଷ୍ଠ ସହଯୋଗୀ କହିଛନ୍ତି। ତାଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିଲା। ତାଙ୍କୁ ମୃତାବସ୍ଥାରେ ଅଣାଯାଇଥିବା କଥା ଡାକ୍ତରମାନେ କହିଥିଲେ। ଶର୍ମାଙ୍କର ପତ୍ନୀ ଓ ଦୁଇ ଜଣ ପିଲା ଅଛନ୍ତି। ମାତ୍ର ଦୁଇ ଘଣ୍ଟା ତଳେ ଶର୍ମା ଟୁଇଟ୍ କରି ଲୋକମାନଙ୍କୁ ଦୀପାବଳି ଅଭିନନ୍ଦନ ଜଣାଇଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us