ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍.ଡି ଦେବଗୌଡା ଓ ତାଙ୍କ ପତ୍ନୀ କରୋନା ସଂକ୍ରମିତ । ଟ୍ୱିଟ୍ ଯୋଗ ସୂଚନା ଦେଲେ ଖୁଦ୍ ଦେବଗୌଡା

63

କନକ ବ୍ୟୁରୋ : ପୂର୍ବ ପ୍ରଧାନମନ୍ତ୍ରୀ ତଥା ଜନତା ଦଳ (ସେକୁଲାର) ନେତା ଏଚ୍.ଡି ଦେବଗୌଡା ଓ ତାଙ୍କ ପତ୍ନୀ କରୋନା ସଂକ୍ରମିତ ହୋଇଛନ୍ତି । ଏନେଇ ଟ୍ୱଟ୍ ଯୋଗେ ସେ ସୂଚନା ଦେଇ କହିଛନ୍ତି କି କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିବା ପରେ ଉଭୟ ସଂଗରୋଧରେ ରହିଛନ୍ତି । ୮୭ ବର୍ଷିୟ ଦେବଗୌଡା ଓ ତାଙ୍କ ପତ୍ନୀ ଚିତ୍ରାମ୍ମା ପଜିଟିଭ୍ ଚିହ୍ନଟ ହେବା ପରେ ଅପିଲ କରିଛନ୍ତି କି କିଛିଦିନ ମଧ୍ୟରେ ତାଙ୍କ ସହିତ ମିଶିଥିବା ଲୋକମାନେ କୋଭିଡ୍ ଟେଷ୍ଟ କରାଇ ନିଅନ୍ତୁ । କହିରଖୁ କି ଶ୍ରୀ ବେଦଗୌଡା ୧୯୯୬ ଜୁନ୍ ୧ ଠାରୁ ୧୯୯୭ ଏପ୍ରିଲ ୨୧ ପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ଥିଲେ ।

ଦେଶରେ କରୋନା ସଂକ୍ରମଣ ଏବେ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି । ଲଗାତର ୭ ଦିନ ହେବ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୫୦ ହଜାର ଉପରେ ରହୁଛି । ୨୦୨୦ ଡିସେମ୍ବର ୧୬ ପରେ ଗତ ୨୪ ଘଂଟା ମଧ୍ୟରେ ସବୁଠାରୁ ଅଧିକ ୩୫୪ ଜଣଙ୍କର ମୃତ୍ୟୁ ହୋଇଛି ଓ ୫୩,୪୮୦ ଜଣ ସଂକ୍ରମିତ ହୋଇଛନ୍ତି ।

କରୋନାର ପ୍ରଥମ ଲହର ପୁରାପରି କମି ଆସିଥିଲା । ଫେବୃଆରୀ ୧ ତାରିଖରେ ଦେଶରେ ସବୁଠାରୁ କମ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏହିଦିନ ମାତ୍ର ୮,୬୩୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଗୋଟିଏ ଦିନରେ କରୋନା ସଂକ୍ରମିତଙ୍କ ଏହି ସଂଖ୍ୟା ଚଳିତ ବର୍ଷ ସବୁଠାରୁ କମ୍ ଥିଲା ।