ଦେଶର ଅର୍ଥବ୍ୟବସ୍ଥାକୁ ନେଇ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବଡ ବୟାନ । କହିଲେ କରୋନା ମହାମାରୀ ପାଇଁ ଆଗକୁ ସରକାରଙ୍କ ସାମ୍ନାରେ ଆସିପାରେ ନୂଆ ଚ୍ୟାଲେଂଜ୍

Advertisment
ଦେଶର ଅର୍ଥବ୍ୟବସ୍ଥାକୁ ନେଇ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବଡ ବୟାନ । କହିଲେ କରୋନା ମହାମାରୀ ପାଇଁ ଆଗକୁ ସରକାରଙ୍କ ସାମ୍ନାରେ ଆସିପାରେ ନୂଆ ଚ୍ୟାଲେଂଜ୍

କନକ ବ୍ୟୁରୋ: ଦେଶର ବିଗୁଡୁଥିବା ଅର୍ଥବ୍ୟବସ୍ଥା ନେଇ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବଡ ବୟାନ । ମନମୋହନ ସିଂହଙ୍କ ୧୯୯୧ ମସିହାର ଐତିହାସିକ ବଜେଟ୍ ଉପସ୍ଥାପନର ଶୁକ୍ରବାର ୩୦ ବର୍ଷ ପୂରଣ ଅବସରରେ କହିଛନ୍ତି, କରୋନା ମହାମାରୀ ପାଇଁ ଦେଶରେ ଉପୁଜିଥିବା ସମସ୍ୟା ସେତେବେଳ ତୁଳନାରେ ବେଶୀ ଚିନ୍ତାଜନକ । ଏଭଳି ପରିସ୍ଥିତିରେ ସରକାରଙ୍କୁ ପ୍ରାଥମିକତା ଉପରେ ବେଶୀ ଗୁରୁତ୍ୱ ଦେବା ଜରୁରୀ ।

ସେ କହିଛନ୍ତି – “୩୦ ବର୍ଷ ତଳେ କଂଗ୍ରେସ ପାର୍ଟି ଦେଶର ଅର୍ଥବ୍ୟବସ୍ଥାରେ ଅନେକ ଗୁରୁତ୍ୱପୂର୍ଣ୍ଣ ସୁଧାର ଆଣିବାର ଧାରା ଆରମ୍ଭ କରିଥିଲେ । ଆର୍ଥିକ ନୀତିର ଏକ ମାର୍ଗ ପ୍ରସ୍ତୁତ କରିଥିଲେ । ଗତ ୩ ଦଶନ୍ଧୀ ମଧ୍ୟରେ ଅନେକ ସରକାର ଏହି ମାର୍ଗକୁ ଅନୁସରଣ କରିଛନ୍ତି । ଆଉ ଦେଶର ଅର୍ଥବ୍ୟବସ୍ଥା ୩ ହଜାର ଆରବ ଡଲାର ହୋଇ ପାରିଲା । ଆଉ ଏହା ବିଶ୍ୱର ସବୁଠାରୁ ବଡ ଅର୍ଥବ୍ୟବସ୍ଥା ମଧ୍ୟରୁ ଏକ । ହେଲେ ଏବେ କରୋନା ପାଇଁ ଦେଶରେ ଯେଭଳି ପରିସ୍ଥିିତି ସୃଷ୍ଟି ହୋଇଛି, ସେଥିପାଇଁ ଆଗକୁ ସରକାରଙ୍କ ଆଗରେ ନୂଆ ଚ୍ୟାଲେଂଜ୍ ଆସିପାରେ ।” ୧୯୯୧ରେ ନରସିଂହା ରାଓଙ୍କ ସରକାରବେଳେ ମନମୋହନ ସିଂହ ଅର୍ଥମନ୍ତ୍ରୀ ଥିଲେ ଏବଂ ସଂସଦର ନିଜ ପ୍ରଥମ ବଜେଟ ଉପସ୍ଥାପନ କରିଥିଲେ । ସେହି ବଜେଟ୍କୁ ଦେଶରେ ଆର୍ଥିକ ଉଦାରିକରଣ ଭାବେ ଗ୍ରହଣ କରାଯାଏ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe