କନକ ବ୍ୟୁରୋ: ପୁଣିଥରେ ଅସୁସ୍ଥ ହେଲେ ମନମୋହନ ସିଂ । ଦିଲ୍ଲୀ ଏମ୍ସରେ ଭର୍ତି ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ । କଂଗ୍ରେସର ସୁତ୍ରରୁ ମିଳିଥିବା ଖବର ଅନୁସାରେ ମନମୋହନ ସିଂ ଗତ କିଛିଦିନ ହେଲାଣି ଅସୁସ୍ଥ ଥିଲେ । ତେବେ ସେ ଏବେ ଦିଲ୍ଲୀ ଏମ୍ସର କାର୍ଡିଓଲୋଚି ବିଭାଗରେ ଚିକିତ୍ସା ପାଇଁ ଭର୍ତି ହୋଇଛନ୍ତି । ତେବେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କର ଜର ଏବଂ ଥକାପଣ ଅନୁଭବ କରୁଥିଲେ ବୋଲି ସୂଚନା ମିଳିଛି ଏବଂ ସେ ଛାତିରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରୁଥିଲେ । ତାଙ୍କ ସ୍ୱାସ୍ଥ୍ୟବସ୍ତା ବିଷୟରେ ଅଧିକ ସୂଚନା ମିଳିପାରିନାହିଁ । ଗତ କିଛିଦିନ ତଳେ ମଧ୍ୟ ୮୯ ବର୍ଷୀୟ ପୂର୍ବତନ ପ୍ରଧାନମନ୍ତ୍ରୀ ମେଡିକାଲରେ ଭର୍ତି ହୋଇଥିଲେ ।