ଆଜି ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ୮୯ ତମ ଜନ୍ମଦିନ , ପଢନ୍ତୁ ଦେଶର ହିତ ପାଇଁ ରାଜନୀତିରେ ନେଇଥିଲେ ଏଭଳି ନିଷ୍ପତ୍ତି

99

କନକ ବ୍ୟୁରୋ : ଦେଶର ଆର୍ଥିକ ସୁଧାରର ଜନକ ଭାବେ ପରିଚିତ ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କର ଆଜି ୮୯ ତମ ଜନ୍ମ ଦିବସ । ତାଙ୍କର ଜନ୍ମ ୧୯୩୨ ମସିହା ସପ୍ଟେମ୍ବର ୨୬ ତାରିଖରେ ଭାରତର ପଞ୍ଜାବ କ୍ଷେତ୍ର (ଏବେ ପାକିସ୍ତାନ)ର ଏକ ଗାଁ ରେ ହୋଇଥିଲା । ତାଙ୍କୁ ୯୦ ଦଶକରେ ଭାରତର ଆର୍ଥିକ ସୁଧାରର ସୂତ୍ରଧର ଭାବେ ଗଣନା କରାଯାଏ । ସେ ପୂର୍ବତନ ପ୍ରଧାନମନ୍ତ୍ରୀ ସହ କଂଗ୍ରେସର ଜଣେ ଶୀର୍ଷ ନେତା ଭାବେ ବି ଗଣନା କରାଯାଏ ।

ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଦେଶର ଆର୍ଥିକ ସୂଧାର ପାଇଁ ସବୁବେଳେ ପ୍ରଶଂସିତ ହୋଇ ଆସିଛନ୍ତି । ସେ ତାଙ୍କର ପ୍ରଧାନମନ୍ତ୍ରୀ କାର୍ଯ୍ୟକାଳ ମଧ୍ୟରେ ତାଙ୍କର ଶାନ୍ତ ସ୍ୱଭାବ ପାଇଁ ବିରୋଧୀମାନେ ବାରମ୍ବାର ସମାଲୋଚନା କରିଛନ୍ତି । ହେଲେ ଦେଶର ଅର୍ଥନୈତିକ ସୁଧାର ଢଙ୍ଗକୁ ଆଜି ବି ଦେଶବାସୀ ପ୍ରଶଂସା କରିଥାନ୍ତି । ସେ ଭାରତର ପ୍ରଧାନମନ୍ତ୍ରୀ ହେବାର ୧୩ ବର୍ଷ ପୂର୍ବରୁ ଦେଶର ଅର୍ଥମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ ।

ସେ ତାଙ୍କ ପ୍ରଧାନମନ୍ତ୍ରୀ କାଳରେ ବିଶେଷ ଆର୍ଥିକ କ୍ଷେତ୍ର (ଏସଇଜେଡ) ଅଧିନିୟମ ୨୦୦୫ ରେ ଲାଗୁ କରିଥିଲେ । ଏହି ନିୟମକୁ ଜୁନ ୨୩,୨୦୦୫ ମସିହାରେ ରାଷ୍ଟ୍ରପତି ଅନୁମୋଦନ କରିଥିଲେ । ଏହି ନିୟମ ମାଧ୍ୟମରେ ଭାରତକୁ ବିଦେଶୀ ନିବେଷକଙ୍କୁ ଆକୃଷ୍ଟ କରିବା, ଅଧିକ ରପ୍ତାନୀ ମାଧ୍ୟମରେ ଦେଶର ବୈଦେଶିକ ମୁଦ୍ରା ଭଣ୍ଡାରକୁ ମଜବୁତ କରିବା ଲାଗି ଉଦ୍ଧିଷ୍ଟ ଥିଲା ।

ତାଙ୍କ ପ୍ରଧାନମନ୍ତ୍ରୀ କାଳରେ ଦେଶର ସବୁଠାରୁ ବଡ ଯୋଜନା ରାଷ୍ଟ୍ରୀୟ ଗ୍ରାମୀଣ ରୋଜଗାର ଯୋଜନା (ନରେଗା) ପ୍ରଚଳନ କରି ସାରା ଦେଶର ଗ୍ରାମୀଣ ଶ୍ରମିକ ମାନଙ୍କୁ କାମ ଯୋଗାଇବାରେ ସହାୟକ ହୋଇଥିଲେ । ଏହି ଯୋଜନାରେ ପଞ୍ଜିକୃତ ଶ୍ରମିକମାନଙ୍କୁ ସରକାରୀ କାମରେ ବାର୍ଷିକ ୧୦୦ ଦିନର କାମ ଯୋଗାଇବାକୁ ସରକାର ଗ୍ୟାରେଣ୍ଟି ଦେଇଥିଲେ ।

ତାଙ୍କ ପ୍ରଧାନମନ୍ତ୍ରୀ କାଳରେ ଭାରତର ସବୁଠାରୁ ବଡ ଉପଲବ୍ଧି ମଧ୍ୟରେ ଥିଲା କି ଭାରତ-ଆମେରିକା ପରମାଣୁ ଚୁକ୍ତି ଅନ୍ୟତମ । ସେ ପ୍ରଧାନମନ୍ତ୍ରୀ ଥିବା ବେଳେ ଭାରତ ଅଣ ସାମରିକ ଚୁକ୍ତି ଉପରେ ସ୍ୱାକ୍ଷର କରିଥିଲା । ଏହି ଚୁକ୍ତିରେ ଭାରତର ପ୍ରଧାନମନ୍ତ୍ରୀ ମନମୋହନ ସିଂ ଓ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜଜ୍ ଡବ୍ଲ୍ୟୁ ବୋଷ ମଧ୍ୟରେ ହୋଇଥିଲା ।