କନକ ବ୍ୟୁରୋ: ଘର ବିକିଲେ ଦେଶର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ । କାନପୁରର କଲ୍ୟାଣପୁରରେ ଥିବା ନିଜ ଘରକୁ ଅନ୍ୟ ଲୋକଙ୍କୁ ବିକି ଦେଇଛନ୍ତି ରାମନାଥ । ଖାସ୍ କଥା ହେଉଛି, ରାଷ୍ଟ୍ରପତି ହେବା ପରେ ରାମନାଥ କୋବିନ୍ଦ କେବେ ବି ଏହି ଘରେ ରହିନଥିଲେ । ଆଉ ଏବେ ଏହି ଘରକୁ ସେ କାନପୁରର ଏକ ଡାକ୍ତର ଦମ୍ପତ୍ତିଙ୍କୁ ବିକି ଦେଇଛନ୍ତି ।

Advertisment

ଡାକ୍ତର ଦମ୍ପତ୍ତି ଶ୍ରିତି ବାଲା ଓ ଶରଦ କାଟିୟାର ପୂର୍ବତନ ରାଷ୍ଟ୍ରପତିଙ୍କ ଘର କିଣି ବେଶ ଖୁସି ଥିବା କହିଛନ୍ତି । ଶୁକ୍ରବାର ଏହି ଘରର ରେଜେଷ୍ଟ୍ରି ହୋଇଯାଇଛି । ଆଉ ରାଷ୍ଟ୍ରପତିଙ୍କ ଘର ଡାକ୍ତର ଦମ୍ପତ୍ତିଙ୍କ ନାଁକୁ ଟ୍ରାନ୍ସଫର ହୋଇଯାଇଛି । ତେବେ ଏହି ଘର କେତେ ଟଙ୍କାରେ ବିକ୍ରି ହୋଇଛି ସେନେଇ କୌଣସି ସୂଚନା ମିଳିପାରିନାହିଁ ।publive-imageସୂଚନାଯୋଗ୍ୟ ଯେ, କଲ୍ୟାଣପୁର ଦୟାନନ୍ଦ ବିହାର ଏମ୍ ବକ୍ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଘର ରହିଛି । ପ୍ରଟୋକଲ ଅନୁସାରେ ପୋଲିସ ଏହି ଘରକୁ ୨୪ ଘଣ୍ଟିଆ ପହରା ଦେଉଥିଲା । ଦୟାନନ୍ଦ ବିହାର ନଗର ନିଗମ, ବିଦ୍ୟୁତ ଓ ବନ ବିଭାଗ ଲଗାତାର ଏଠାରେ କାମ କରୁଥିଲା । ହେଲେ ରାମନାଥ କୋବିନ୍ଦ ଏବେ ଦୀର୍ଘ ଦିନ ଧରି ଦିଲ୍ଲୀରେ ରହୁଥିବାରୁ ଏହି ଘର ଖାଲି ପଡୁଥିଲା । ଯାହାକୁ ଏବେ ଡାକ୍ତର ଦମ୍ପତ୍ତି କିଣି ନେଇଛନ୍ତି ।