କନକ ବ୍ୟୁରୋ : ଭେଂଟିଲେଟରରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ । ଦିଲ୍ଲୀ ଆର୍ମି ହସ୍ପିଟାଲରେ ପ୍ରଣବଙ୍କର ମୁଣ୍ଡରେ ଏକ ଅସ୍ତ୍ରୋପ୍ରଚାର ପରେ ତାଙ୍କୁ ଭେଂଟିଲେଟରରେ ରଖାଯାଇଛି । ସୂଚନା ଅନୁସାରେ ତାଙ୍କ ମୁଣ୍ଡରେ ହୋଇଥିବା ଏକ ରକ୍ତ ଜମାଟକୁ କାଢ଼ିବା ପାଇଁ ଅପରେସନ କରାଯାଇଛି । ଅପରେସନ ସଫଳ ହୋଇଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି ।
ତେବେ ଓଟିକୁ ଯିବା ପୂର୍ବରୁ ମହାମାରୀ ନିୟମ ଅନୁଯାୟୀ ତାଙ୍କର ନମୁନା ପରୀକ୍ଷା କରାଯାଇଥିଲା । ଏବଂ ସେ କରୋନା ପଜିଟିଭ୍ ଥିବା ଜଣାପଡିିଥିଲା । ଏନେଇ ସେ ନିଜେ ସୂଚନା ଦେଇଥିଲେ । କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ପରେ ତାଙ୍କୁ ହସ୍ପିଟାଲରେ ଆଡମିଟ୍ କରାଯାଇ ଚିକିତ୍ସା କରାଯାଉଛି ।