ପ୍ରଣବ, ନାନାଜୀ ଓ ଭୂପେନ ପାଇବେ ଦେଶର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନ ।

219

କନକ ବ୍ୟୁରୋ: ଦେଶର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନ ପାଇବେ ଭାରତର ୩ ବିଶିଷ୍ଟ ବ୍ୟକ୍ତି । ଏହି ତାଲିକାରେ ଅଛନ୍ତି ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ବିଶିଷ୍ଟ ସଙ୍ଗୀତକାର ଭୁପେନ ହଜାରିକା ଏବଂ ସମାଜସେବୀ ନାନାଜୀ ଦେଶମୁଖଙ୍କୁ ମିଳିବ ଭାରତ ରତ୍ନ ସମ୍ମାନ । ଏନେଇ ମହାମହିମ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ମିଳିଛି । 

ସୂଚନା ମୁତାବକ ବିଶିଷ୍ଟ ସଙ୍ଗୀତକାର ଭୁପେନ ହଜାରିକା ଏବଂ ନାନାଜୀ ଦେଶମୁଖଙ୍କୁ ମରୋଣତ୍ତର ଭାବେ ସମ୍ମାନିତ ହେବେ । ଆସନ୍ତାକାଲି ୭୦ ତମ ସାଧାରଣତନ୍ତ୍ର ଦିବସ ଅବସରରେ ଦେଶର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେବେ ଏହି ୩ ବିଶିଷ୍ଟ ବ୍ୟକ୍ତି ।

ଏହି ସମ୍ମାନ ନେଇ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ସମାଜସେବୀ ନାନାଜୀ ଦେଶମୁଖ ଦେଶର ଗାଁକୁ ସଶକ୍ତ କରିଥିବାରେ ତାଙ୍କ ଭୂମିକା ଯଥେଷ୍ଟ ରହିଛି । ଏହାସହ ଭାରତୀୟ ସଙ୍ଗୀତକୁ ବିଶ୍ୱରେ ଲୋକପ୍ରିୟ କରିବା କ୍ଷେତ୍ରରେ ଭୂପେନ ହଜାରିକାଙ୍କ ଭୂମିକା ପ୍ରଶଂସନୀୟ । ତେବେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୂଖାର୍ଜୀ ବିନା ସ୍ୱାର୍ଥରେ ଦେଶର ସେବା କରିଛନ୍ତି । ଏହି ବିଶିଷ୍ଟ ବ୍ୟକ୍ତିଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ ମିଳିବ ତେଣୁ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।