କନକ ବ୍ୟୁରୋ : ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ କରୋନା । ୮୪ ବର୍ଷ ବୟସ୍କ ପ୍ରଣବ ମୁଖାର୍ଜୀ ଟୁଇଟ କରି ଏହି ସୂଚନା ଦେଇଛନ୍ତି । ପ୍ରଣବ ଲେଖିଛନ୍ତି ଆଜି ତାଙ୍କର କରୋନା ନେଇ ରିପୋର୍ଟ ପଜିଟିଭ ଆସିଛି । ତେଣୁ ଯେଉଁମାନେ ଗୋଟିଏ ସପ୍ତାହ ଭିତରେ ତାଙ୍କୁ ଭେଟିଥିଲେ ସେମାନଙ୍କୁ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦେଇଛନ୍ତି । ଏଥିସହ ସ୍ପଂସ୍ପର୍ଶରେ ଆଥିବା ବ୍ୟକ୍ତିିଙ୍କୁ କୋଭିଡ ଟେଷ୍ଟ କରାଇ ନେବାକୁ ପରାମର୍ଶ ଦେଇଛନ୍ତି ପ୍ରଣବ ମୁଖାର୍ଜୀ । ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ଧର୍ମେନ୍ଦ୍ର ପ୍ରଧାନ, ଅର୍ଜୁନ ମେଘୱାଲ ଓ ଅମିତାଭ ବଚ୍ଚନଙ୍କ ପରିବାର ଭଳି ବିଶିଷ୍ଟ ଲୋକମାନେ କୋଭିଡରେ ଆକ୍ରାନ୍ତ ହୋଇଛନ୍ତି ।
On a visit to the hospital for a separate procedure, I have tested positive for COVID19 today.
I request the people who came in contact with me in the last week, to please self isolate and get tested for COVID-19. #CitizenMukherjee— Pranab Mukherjee (@CitiznMukherjee) August 10, 2020
କରୋନା ସଂକ୍ରମଣରେ ବିଶ୍ୱରେ ଭାରତ ତୃତୀୟ ସ୍ଥାନରେ ଥିବା ବେଳେ ଶୀର୍ଷରେ ଆମେରିକା ଓ ତା ତଳକୁ ବ୍ରାଜିଲ ଅଛି । ଭାରତରେ ସଂକ୍ରମଣ ୨୨ ଲକ୍ଷ ଟପି ଯାଇଥିବା ବେଳେ ଗତ ୨୪ ଘଂଟାରେ ୬୨ ହଜାର ୬୪ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ପ୍ରଣବ ମୁଖାର୍ଜୀ ଭାରତୀୟ ରାଜନୀତିରେ ସବୁବେଳେ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହିଛନ୍ତି । ୨୦୧୨ରୁ ୨୦୧୭ ଯାଏଁ ରାଷ୍ଟ୍ରପତି ଭାବେ ଦାୟିତ୍ୱ ତୁଳାଇଥିବା ପ୍ରଣବ ଭାରତ ସରକାରଙ୍କ କ୍ୟାବିନେଟରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱରେ ରହିଛନ୍ତି ।