ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପରଲୋକ । ୮୪ ବର୍ଷ ବୟସରେ ଦିଲ୍ଲୀର ଆର୍ମି ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କଲେ ପ୍ରଣବ । 

534

କନକ ବ୍ୟୁରୋ : ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତ । ୮୪ ବର୍ଷ ବୟସରେ ଆଖି ବୁଜିଲେ ପ୍ରଣବ । ଏନେଇ ସୂଚନା ଦେଇଛନ୍ତି ପ୍ରଣବଙ୍କ ପୁଅ ଅଭିଜିତ । ଦୀର୍ଘ ଦିନ ହେବ ଗୁରୁତର ଅସୁସ୍ଥ ଥିଲେ ପ୍ରଣବ । ଏପରିକି ତାଙ୍କୁ ଭେଣ୍ଟିଲେଟରରେ ରଖି ଚିକିତ୍ସିତ କରାଯାଉଥିଲା । ଦିଲ୍ଲୀର ଆର୍ମି ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ପ୍ରଣବ ।

୨୦୧୨ରୁ ୨୦୧୭ ଯାଏଁ ଭାରତର ରାଷ୍ଟ୍ରପତି ହୋଇଥିଲେ ପ୍ରଣବ ମୁଖାର୍ଜୀ । ଦେଶର ୧୩ତମ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ପ୍ରଣବ । ୧୯୬୯ରେ ପ୍ରଥମ ଥର ପାଇଁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ପ୍ରଣବ । ଏହାପରଠାରୁ ଲଗାତାର ୨୦୦୪ ପର୍ଯ୍ୟନ୍ତ ସଂସଦର ଉଚ୍ଚ ସଦନକୁ ନିର୍ବାଚିତ ହୋଇଥିଲେ ପ୍ରଣବ । ୨୦୦୨ରୁ ୨୦୧୨ ଯାଏଁ ଲୋକସଭାର ସଦସ୍ୟ ରହିବା ସହ ୟୁପିଏ ସରକାରରେ କେନ୍ଦ୍ରମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି ପ୍ରଣବ । ୨୦୧୯ରେ ପ୍ରଣବଙ୍କୁ ଭାରତ ରତ୍ନ ସମ୍ମାନିତ କରାଯାଇଥିଲା ।