ଇସଲାମ ଛାଡି ହିନ୍ଦୁ ଧର୍ମ ଗ୍ରହଣ କରିବେ ମୁସଲିମ ରାଷ୍ଟ୍ରର ପୂର୍ବ ରାଷ୍ଟ୍ରପତିଙ୍କ କନ୍ୟା, ଜାଣନ୍ତୁ କାହିଁକି ନେଲେ ଏଭଳି ନିଷ୍ପତ୍ତି

118

କନକ ବ୍ୟୁରୋ : ଇଣ୍ଡୋନେସିଆର ପୁର୍ବତନ ରାଷ୍ଟ୍ରପତି ସୁକର୍ଣ୍ଣୋଙ୍କ କନ୍ୟା ସୁକମାବତୀ ସୁକର୍ଣ୍ଣୋପୁତ୍ରି ଇସଲାମ ଧର୍ମ ଛାଡି ହିନ୍ଦୁଧର୍ମ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଅକ୍ଟୋବର ୨୬ ତାରିଖରେ ସେ ହିନ୍ଦୁ ପୂଜାରେ ସାମିଲ ହୋଇ ହିନ୍ଦୁଧର୍ମ ଗ୍ରହଣ କରିବେ ବୋଲି ସୂଚନା ମିଳିଛି ।

ସିଏନଏନ ଇଣ୍ଡୋନେସିଆର ରିପୋର୍ଟ ମୁତାବକ ମଙ୍ଗଳବାର ଦିନ ସୁକର୍ଣ୍ଣୋ ହେରିଟେଜ ଏରିଆରେ ଏନେଇ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । କହିରଖୁ କି ସୁକମାବତୀ ଇଣ୍ଡୋନେସିଆର ପୂର୍ବତନ ରାଷ୍ଟ୍ରପତି ସୁକର୍ଣ୍ଣୋଙ୍କର ତୃତୀୟ କନ୍ୟା । ୭୦ ବର୍ଷିୟ ସୁକମାବତୀ ଏବେ ଇଣ୍ଡୋନେସିଆରେ ରହୁଛନ୍ତି । ୨୦୧୮ ମସିହାରେ କଟ୍ଟରପନ୍ଥୀ ଇସଲାମିକ ସମୁଦାୟ ତାଙ୍କ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିଥିଲେ ।

ଏବେ ସୁକମାବତୀ ଏକ କବିତା ସେୟାର କରିଥିଲେ । ଯାହାକୁ ନେଇ ଇସଲାମ ସମୁଦାୟ ଅଭିଯୋଗ ଆଣିଥିଲେ କି ଏହି କବିତାରେ ସୁକମାବତୀ ଇସଲାମକୁ ଅପମାନିତ କରିଛନ୍ତି । ଏହାପରେ ସୁକମାବତୀ ନିଜ କବିତା ପାଇଁ କ୍ଷମା ମାଗିଥିଲେ । ଏହପରେ ବି ଏହି ବିବାଦର ସମାପ୍ତ ହୋଇନଥିଲା , ଏବେ ବି ସେହି କବିତାକୁ ନେଇ ସୁକମାବତୀଙ୍କ ଇସଲାମିକ ସମୁଦାୟ ସମାଲୋଚନା କରୁଛନ୍ତି ।

କହିରଖୁ କି ଇଣ୍ଡୋନେସିଆରେ ଇସଲାମିକ ସମୁଦାୟଙ୍କ ସଂଖ୍ୟା ଅଧିକ । କେବଳ ସେତିକି ନୁହେଁ ଇଣ୍ଡୋନେସିଆ ହେଉଛି ବିଶ୍ୱର ସବୁଠାରୁ ଅଧିକ ମୁସଲିମ ସଂପ୍ରଦାୟ ରହୁଥିବା ଦେଶ । ଅନ୍ୟପଟେ ସୁକମାବତୀଙ୍କ ପିତା ତଥା ଇଣ୍ଡୋନେସିଆର ପୂର୍ବତନ ରାଷ୍ଟ୍ରାପତି ସୁକର୍ଣ୍ଣୋଙ୍କର ଭାରତ ସହିତ ସବୁଠାରୁ ଭଲ ସଂପର୍କ ରହିଥିଲା ।

ସୁକମାବତୀଙ୍କ ଓକିଲ କହିଛନ୍ତି କି ସୁକମାବତୀଙ୍କ ଜେଜେ ମାଙ୍କର ଧର୍ମ ହେଉଛି ହିନ୍ଦୁ ଓ ସୁକମାବତୀ ଦୀର୍ଘଦିନ ହେବ ହିନ୍ଦୁ ଶାସ୍ତ୍ର ପଢିବା ପରେ ଶେଷରେ ହିନ୍ଦୁ ଧର୍ମ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି ।  ଅନ୍ୟପଟେ ବାଲିଯାତ୍ରା ସମୟରେ ସୁକମବତୀ ଅନେକ ହିନ୍ଦୁ ଧାର୍ମିକ ସମାରୋହରେ ଯୋଗଦେଇ ହିନ୍ଦୁ ଧର୍ମର ଅନେକ ସନ୍ଥଙ୍କ ସହ ମିଶିଥିବାର ଦେଖିବାକୁ ମଳିଥିଲା । ଏସବୁ ଭିତରେ ସୁକମାବତୀ ହିନ୍ଦୁଧର୍ମ ଗ୍ରହଣ କରିବା ଇଣ୍ଡୋନେସିଆବାସୀଙ୍କୁ ଚକିତ କରିଛି ।