ଭାରତରେ ସାମାନ୍ୟ ସରପଞ୍ଚ ହୋଇଗଲେ ଲୋକ ନିଜକୁ କୋଉ ଗୁଣରେ କମ୍ ବୋଲି ଭାବନ୍ତି ନାହିଁ । ଜୀବନକାଳ ମଧ୍ୟରେ ଥରୁଟିଏ ନେତା ହୋଇଗଲେ ବସି ଖାଇଲେ ମଧ୍ୟ ସରିବନି ଭଳି ଲୋକକଥା ଭାରତରେ ହିଁ ବ୍ୟବହାର କରାଯାଏ । ଏମିତିସ୍ଥଳେ ଆମେ ଯେତେବେଳେ ଶୁଣୁ ଯେ ନେଦରଲ୍ୟାଣ୍ଡ ରାଷ୍ଟ୍ରପତି ସାଇକେଲ୍ ଚଢି ଅଫିସକୁ ଯାଆନ୍ତି ସେତେବେଳେ ଆମେ ହତବାକ୍ ହୋଇଯାଉ । ଯାହା ଭାରତୀୟଙ୍କୁ ଅବାକ୍ ହେଲା ଭଳି ଲାଗେ । ଅନ୍ୟାନ୍ୟ ଦେଶ ପାଇଁ ଏହା ଏକ ସାଧାରଣ କଥା । ତେବେ ଏଭଳି ଆଉ ଏକ ଫଟୋ ଏବେ ଇଣ୍ଟରନେଟ୍ ରେ ନିଆଁ ଲାଗିଲା ପରି ଭାଇରାଲ୍ ହେଉଛି । ଏହି ପୋଷ୍ଟରେ ଆମେରିକା ପୂର୍ବ ରାଷ୍ଟ୍ରପତି ବାରାକ୍ ଓବାମାଙ୍କ ଫଟୋ ରହିଛି ଏବଂ ଏଥିରେ ଲେଖାହୋଇଛି,ଭାରତର ନେତା କିଛି ଶିଖନ୍ତୁ ।
କ’ଣ ଅଛି ଏହି ପୋଷ୍ଟରେ ?
ପୋଷ୍ଟରେ ଓବାମା କଳା ଟୋପୀ ଏବଂ ନୀଳ ଜ୍ୟାକେଟ୍ ପିନ୍ଧି କୌଣସି କାଉଣ୍ଟର ଆଗରେ ଠିଆ ହୋଇଛନ୍ତି । ଦେଖିଲେ ଲାଗୁଛି ଏହା କୌଣସି ଏକ ହୋଟେଲ୍ ଏବଂ ତାଙ୍କ ହାତରେ କିଛି ଟଙ୍କା ମଧ୍ୟ ଅଛି । ଏହି ପୋଷ୍ଟରେ ଲେଖା ଅଛି,ଆମେରିକାରେ ରାଷ୍ଟ୍ରପତି ରହିଥିବା ବାରାକ୍ ଓବାମା ପ୍ରାଇଭେଟ୍ ଚାକିରୀ କରୁଛନ୍ତି ଏବଂ ଭାରତରେ କେହି ସରପଞ୍ଚ ହୋଇଗଲେ ତାଙ୍କର ୩ ପିଢି ବସି ଖାଇଥାନ୍ତି । ତେବେ ଏହି ଫଟୋରେ ସାଙ୍କେତିକ ଚିତ୍ର ମଧ୍ୟ ଲେଖାଯାଇଛି । ଏହାର ଅର୍ଥ ଫଟୋ ସହ ସାଙ୍କେତିକ ଚିତ୍ରର ମଧ୍ୟ ସାମଞ୍ଜସ୍ୟ ରହିଥିବ ଏହା ଜରୁରୀ ନୁହଁ ।
ଭାଇରାଲ୍ ଫଟୋର ସତ୍ୟତା ।
ପ୍ରଥମ କଥା ଓବାମା ଗ୍ରାହକ ଛିଡା ହେବା କାଉଣ୍ଟରରେ ଠିଆ ହୋଇଛନ୍ତି । କାଉଣ୍ଟରର ଅପର ପାଶ୍ୱର୍ରେ ଯେଉଁ ବ୍ୟକ୍ତି ଠିଆ ହୋଇଛନ୍ତି ତାଙ୍କ ଆଡକୁ କମ୍ପ୍ୟୁଟର ସ୍କ୍ରିନ୍ ରହିଛି । ଓବାମା ନିଜ ଡାହାଣ ପାଶ୍ୱର୍କୁ ଦେଖୁଛନ୍ତି ଯେଉଁଠି ବୋର୍ଡର୍ ଅଛି । ତେବେ ଏହି ଫଟୋର ସତ୍ୟତା ଜାଣିବାକୁ ଗୁଗୁଲରେ ଚେକ୍ କରିବା ପରେ କେତେକ ଲିଙ୍କ୍ ମିଳିଲା ଗେଟି ନାମକ ଲିଙ୍କରେ ଏହି ଫଟୋ ବିଷୟରେ ଜାଣିବାକୁ ମିଳିଲା । କ୍ୟାପ୍ସନରେ ଏହି ଫଟୋକୁ ୨୦୧୩ ରେ ଉତ୍ତୋଳନ କରାଯିବା ଖବର ମିଳିଲା । ଏଥିରେ ସେ ମାର୍ଥା ଆଇଲ୍ୟାଣ୍ଡର ନେନ୍ସି ରେସ୍ତୋରାଁରେ ଅର୍ଡର ଦେଉଥିବା କଥା ପ୍ରକାଶ ପାଇଛି । ଆଟଲାଣ୍ଟିକା ଦ୍ୱୀପରେ ଥିବା ଏହି ଆଇଲ୍ୟାଣ୍ଡକୁ ଓବାମା ଏବଂ ତାଙ୍କ ପରିବାର ଖୁବ୍ ପସନ୍ଦ କରୁଥିବା କଥା ଜାଣିବାକୁ ମିଳିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/09/barak-obama-job_120918-080132.jpg)
/kanak/media/post_attachments/wp-content/uploads/2018/09/sdwer-300x162.jpg)
/kanak/media/post_attachments/wp-content/uploads/2018/09/Capture-12-300x191.jpg)