ପୂର୍ବତନ ପୋଲିସ ଡିଜି ଏସ୍‌. ଏନ୍‌. ତିୱାରୀଙ୍କ ପରଲୋକ: ୮୧ ବର୍ଷ ବୟସରେ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ; କ୍ୟାନସରରେ ପୀଡ଼ିତ ଥାଇ ହେଉଥିଲେ ଚିକିତ୍ସିତ

Advertisment
ପୂର୍ବତନ ପୋଲିସ ଡିଜି ଏସ୍‌. ଏନ୍‌. ତିୱାରୀଙ୍କ ପରଲୋକ: ୮୧ ବର୍ଷ ବୟସରେ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ; କ୍ୟାନସରରେ ପୀଡ଼ିତ ଥାଇ ହେଉଥିଲେ ଚିକିତ୍ସିତ

କନକ ବ୍ୟୁରୋ: ପୂର୍ବତନ ପୁଲିସ ମହାନିର୍ଦେଶକ ଶ୍ୟାମ ନାରାୟଣ ତିୱାରୀଙ୍କ ପରଲୋକ । ୮୧ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି । ଦୀର୍ଘ ଦିନ ହେବ କର୍କଟ ରୋଗରେ ପୀଡିତ ହୋଇ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଏସଏନ ତିୱାରୀଙ୍କ ମୃତ୍ୟୁ ଖବର ତାଙ୍କ ବୋହୂ ଦୀକ୍ଷା ଗଣମାଧ୍ୟମକୁ ଜଣାଇଛନ୍ତି । ମୃତ ତିୱାରୀ ୧୯୬୩ ମସିହାରେ ଆଇପିଏସ ଅଧିକାରୀ ଭାବେ କର୍ମମୟ ଜୀବନ ଆରମ୍ଭ କରିଥିଲେ । କର୍ମମୟ ଜୀବନ ଭିତରେ ରାଜ୍ୟ ପୁଲିସ ଓ କେନ୍ଦ୍ରିୟ ସୁରକ୍ଷା ସଂସ୍ଥାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହିଥିଲେ ।

ଦିବଂଗତ ତିୱାରୀ ରାଜଖରିଆର (ବର୍ତ୍ତମାନ ଖରିଆର)ର  ମୂଳ ବାସିନ୍ଦା ଓ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର  ପାସ୍‌ କରି ସେ ୧୯୬୩ରେ ଆଇପିଏସରେ ଯୋଗ ଦେଇଥିଲେ ।  ଏହାପ‌ରେ ସେ ରାଜ୍ୟ ପୁଲିସ ଏବଂ କେନ୍ଦ୍ରୀୟ ସୁରକ୍ଷା ସଂସ୍ଥାରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦପଦବୀରେ କାର୍ଯ୍ୟ କରିଥିଲେ। କେବଳ ଏତିକି ନୁହେଁ, ତିୱାରୀ ଓଡ଼ିଶାର ପୁଲିସ ବାହିନୀର ପ୍ରାୟ ସମସ୍ତ ବିଭାଗ ତଥା କେନ୍ଦ୍ରୀୟ ପୁଲିସ ସଂଗଠନରେ ମଧ୍ୟ ନେତୃତ୍ୱ ନେଇଛନ୍ତି। ଏସ୍‌ ଏନ୍‌ ତିୱାରୀ ଡିଆଇଜି ସେଣ୍ଟ୍ରାଲ୍‌ ରେଞ୍ଜ, ନିର୍ଦ୍ଦେଶକ (ଇଣ୍ଟେଲିଜେନ୍‌ସ), ନିର୍ଦ୍ଦେଶକ (କାରାଗାର), ଡିଜି ପୁଲିସ ପଦରେ ସଫଳତା ସହ କାର୍ଯ୍ୟ କରି  କେନ୍ଦ୍ରୀୟ ଡେପୁଟେସନ୍‌ରେ ଇଣ୍ଟେଲିଜେନ୍‌ସ ବ୍ୟୁରୋର ଯୁଗ୍ମ ସଚିବ, ଭାବରେ ମଧ୍ୟ କାମ କରିଛନ୍ତି।

ତିୱାରୀ ଓଡ଼ିଶାର ପ୍ରଥମ ଏବଂ ଏକମାତ୍ର ପୁଲିସ ଅଧିକାରୀ ଯିଏକି ଏସପିଜିର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ। ଆଭ୍ୟନ୍ତରୀଣ ସୁରକ୍ଷା ଏବଂ ନକ୍ସଲ ନିରୋଧି ଅପରେସନ୍ କ୍ଷେତ୍ରରେ ତାଙ୍କର ପାରଦର୍ଶିତା ଖୁବ୍‌ ପ୍ରଶଂସନୀୟ ଥିଲା। ସ୍ବଗତଃ ତିୱାରୀଙ୍କ ବିୟୋଗରେ ଓଡ଼ିଶାର ପୁଲିସ ମହାନିର୍ଦ୍ଦେଶକ ଅଭୟ ଶୋକ ପ୍ରକାଶ କରିଛନ୍ତି। ସେ ଟୁଇଟ୍ କରି ତାଙ୍କ ପରିବାର ପ୍ରତି ସବବେଦନା ଜ୍ଞାପନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe