ଜାଣନ୍ତୁ କେଉଁ ରୋଗରେ ପୀଡିତ ଅଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ! ପ୍ରତିଦିନ କେମିତି କଟୁଛି ବାଜପେୟୀଙ୍କ ଦିନ ।

Advertisment
ଜାଣନ୍ତୁ କେଉଁ ରୋଗରେ ପୀଡିତ ଅଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ! ପ୍ରତିଦିନ କେମିତି କଟୁଛି ବାଜପେୟୀଙ୍କ ଦିନ ।

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ନୂଆଦିଲ୍ଲୀ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିଜେପି ପକ୍ଷରୁ ଜାରି କରାଯାଇଥିବା ସୂଚନାରେ କୁହାଯାଇଛି ଯେ, ବେଜପେୟୀଙ୍କୁ କେବଳ ରୁଟିନ ଚେକ ଅପ୍ କରିବା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ବାଜପେୟୀଙ୍କୁ ସ୍ୱାସ୍ଥ୍ୟବସ୍ଥା ଅନେକ ଦିନ ଧରି ଅତ୍ୟନ୍ତ ଖରାପ ରହିଛି । ଡିମେନସିୟା ନାମକ ଏକ ରୋଗରେ ବାଜପେୟୀ ପୀଡିତ ଥିବା ଜଣାପଡିଛି । ୨୦୦୯ ମସିହା ଠାରୁ ସେ ହ୍ୱିଲ ଚେୟାରରେ ଥିବା ଜଣାପଡିଛି ।

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ତାଙ୍କର ଜଣେ ସହଯୋଗୀ ବନ୍ଧୁ ଶିବ କୁମାର ଶର୍ମା କହିଛନ୍ତି ଯେ, ରୋଗକ୍ରାନ୍ତ ଥିବା କାରଣରୁ ବାଜପେୟୀ ବହୁତ କମ କଥା କହୁଛନ୍ତି । କିନ୍ତୁ ଚେହେରାର ହାବଭାବ ଏବଂ ଆଖିର ଇସାରାରୁ ଜଣାପଡିଯାଏ ଯେ ବାଜପେୟୀ ଚିହ୍ନି ପାରୁଛନ୍ତି । କିନ୍ତୁ ଏବେ ସେ କିଛି ପଢି କିମ୍ବା ଲେଖି ପାରୁନାହାନ୍ତି । କିନ୍ତୁ ଅଧିକାଂଶ ସମୟ ସେ ଟିଭି ଦେଖିଥାନ୍ତି । ଖାସ କରି ପୁରୁଣା କିଛି ଚଳଚିତ୍ର ଏବଂ ପୁରୁଣା ସଙ୍ଗୀତ ତାଙ୍କୁ ବହୁତ ଭଲ ଲାଗିଥାଏ । ଡାକ୍ତର ମାନଙ୍କର ଏକ ଦଳ ୨୪ ଘଣ୍ଟା ବାଜପେୟୀଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରୁଛନ୍ତି । ପ୍ରତିଦିନ ତାଙ୍କର ଚିକିତ୍ସା ପାଇଁ ୪ ଜଣ ଫିଜିଓ ଥେରାପିଷ୍ଟ ଆସିଥାନ୍ତି ।

publive-image

ତେବେ ଖାଦ୍ୟରେ ତାଙ୍କୁ କେବଳ ତରଳ ଖାଦ୍ୟ ସାମଗ୍ରୀ ଖାଇବାକୁ ଦିଆଯାଇଥାଏ । ନିକଟରେ ଭାରତ ସରକାର ତାଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରିଛନ୍ତି । ୯୩ ବର୍ଷ ବୟସ୍କ ଅଟଳ ବିହାରୀ ବାଜପେୟୀ ବର୍ତ୍ତମାନ ବିଭିନ୍ନ ଶାରୀରିକ ସମସ୍ୟା ଦେଇ ଗତି କରୁଛନ୍ତି। ବିଶେଷ କରି ସେ ବର୍ତ୍ତମାନ କାହାକୁ ଚିହ୍ନି ପାରୁ ନାର୍ହାନ୍ତି କିମ୍ବା ତାଙ୍କର କିଛି ମନେ ରହୁନାହିଁ। ଅଣ କଂଗ୍ରେସ ପ୍ରଧାନମନ୍ତ୍ରୀ ଭାବେ ସେ ହେଉଛନ୍ତି ଏକମାତ୍ର ପ୍ରଧାନମନ୍ତ୍ରୀ ଯିଏ ପୂର୍ଣ୍ଣକାଳୀନ ସରକାର ଗଠନ କରିବାରେ ସକ୍ଷମ ହୋଇଛନ୍ତି । ଉତ୍ତର ପ୍ରଦେଶର ଲକ୍ଷ୍ନୌ ଲୋକସଭା ଆସନରୁ ବାରମ୍ବାର ବିଜୟୀ ହେବା ସହିତ ବାଜପେୟୀ ତିନି ଥର ଭାରତର ପ୍ରଧାନମନ୍ତ୍ରୀ ଦାୟିିତ୍ୱ ନେଇଛନ୍ତି। ପ୍ରଥମ ଥର ୧୩ ଦିନ, ଦ୍ୱିତୀୟ ଥର ୧୩ ମାସ ଓ ତୃତୀୟ ଥର ପୂର୍ଣ୍ଣକାଳୀନ ସରକାର ଚଳାଇ ସେ ଅଣକଂଗ୍ରେସ ରାଜନୀତିର ଅନନ୍ୟ ଇତିହାସର ପାତ୍ର ହୋଇଛନ୍ତି। ଭାରତଛାଡ଼ ଆନ୍ଦୋଳନରେ ଜଡିତ ହୋଇ ଭାରତୀୟ ରାଜନୀତିରେ ପ୍ରବେଶ କରିଥିବା ଶ୍ରୀ ବାଜପେୟୀ ଜଣେ ପ୍ରଚଣ୍ଡ ବାଗ୍ମୀ ଓ କବି ଭାବେ ବେଶ ଜଣାଶୁଣା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe