କନକ ବ୍ୟୁରୋ: ସମ୍ବଲପୁର ଉନ୍ନୟନ କର୍ତୃପକ୍ଷ କାର୍ଯ୍ୟାଳୟ ବା ଏସଡିଏର ପୂର୍ବତନ ପ୍ଲାନିଂ ମେମ୍ବର ବନ୍ଦିତା ମହାପାତ୍ର ଗିରଫ । ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ସମ୍ବଲପୁର ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ତାଙ୍କ ନାଁରେ ଭୁବନେଶ୍ୱରରେ ଘର, ବାରିପଦାରେ ପ୍ଲଟ ରହିଥିବା ବେଳେ କୋଟିଏ ଟଙ୍କର ମ୍ୟୁଚୁଆଲ ଫଣ୍ଡର ଜମା ରହିଛି । ଏହାସହ ଆୟରୁ ୮୮ପ୍ରତିଶତ ଅଧିକ ସମ୍ପତି ଜବତ ହୋଇଛି । ସମ୍ବଲପୁର ଓ ଭୁବନେଶ୍ୱରେ ତାଙ୍କର ୯ଟି ଠିକଣା ଉପରେ ଭିଜିଲାନ୍ସ ଚଢ଼ାଉ କରିଥିଲା । ପୂର୍ବରୁ ମଧ୍ୟ ଠକେଇ ଅଭିଯୋଗରେ ସେ ଗିରଫ ହୋଇଥିଲେ ।