କନକ ବ୍ୟୁରୋ: ପାକିସ୍ତାନର ପୂର୍ବତନ କ୍ରିକେଟ୍ ଅମ୍ପାୟାରଙ୍କର ହୃଦଘାତରେ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ହୋଇଥିଲା । ଏଲିଟ୍ ପ୍ୟାନେଲରେ ସାମିଲ ଥିବା ଅସଦ୍ ନିଜ ୧୩ ବର୍ଷର କାରିୟରରେ ୪୯ ଟି ଟେଷ୍ଟ, ୯୮ଟି ଦିନିକିଆ, ଓ ୨୩ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ଅମ୍ପାୟାରିଙ୍ଗ କରିଥିଲେ । ୨୦୧୩ ଆଇପିଏଲ ସିଜିନରେ ସ୍ପଟ୍ ଫିକ୍ସିଙ୍ଗ ଅଭିଯୋଗରେ ତାଙ୍କୁ ବ୍ୟାନ୍ କରାଯାଇଥିଲା ।

Advertisment

ବୁଧବାର ରାତିରେ ଅସଦ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ । ତାଙ୍କ ଛାତିରେ ଯନ୍ତ୍ରଣା ହେବାର କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

ସ୍ପଟ୍ ଫିକ୍ସିଙ୍ଗକୁ ନେଇ ଅସଦଙ୍କ ଉପରେ ବିସିସିଆଇ ୨୦୧୬ରେ ୫ ବର୍ଷ ପାଇଁ ପ୍ରତିବନ୍ଧକ ଲଗାଇଥିଲେ । ପ୍ରତିବନ୍ଧକ ଲାଗିବା ପରେସେ  କ୍ରିକେଟରୁ ସମ୍ପୂର୍ଣ୍ଣ ଭାବେ ଓହରି ଯାଇଥିଲେ  । ଏହାପରେ ଲାହୋରରେ ଏକ ଜୋତା ଦୋକାନ କରି ପରିବାର ଭରଣ ପୋଷଣ କରୁଥିବା ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ।