NEW YORK, NEW YORK - JANUARY 25: "Never Give an Inch: Fighting for the America I Love", a memoir by former Secretary of State Mike Pompeo, is displayed for sale at a Barnes & Nobles bookstore on January 25, 2023 in New York City. The memoir centers around his time in former President Donald Trump's administration. The book comes as Pompeo may be considering a run for the White House in 2024. (Photo by Michael M. Santiago/Getty Images)
କନକ ବ୍ୟୁରୋ: ଆମେରିକାର ପୂର୍ବତନ ବିଦେଶ ମନ୍ତ୍ରୀ ମାଇକ ପମ୍ପିଓ ନିଜ ପୁସ୍ତକରେ ଅନେକ ବଡ ବଡ ଦାବି କରିଛନ୍ତି । ପମ୍ପିଓଙ୍କ ପୁସ୍ତକ, Never Give an Inch: Fighting for the America I Loveରେ ଅନେକ ବିସ୍ପୋରକ ତଥ୍ୟ ଲେଖିଛନ୍ତି ।
ଏହି ପୁସ୍ତକରେ ପମ୍ପିଓ ଭାରତର ବିଦେଶ ମନ୍ତ୍ରୀଙ୍କ ସହ ତାଙ୍କର ସମ୍ବନ୍ଧ ବାବଦରେ ଉଲ୍ଲେଖ କରିଛନ୍ତି । ପମ୍ପିଓ ଭାରତର ଦିବଙ୍ଗତ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ନେଇ ଅନେକ ବିବାଦୀୟ ଟିପ୍ପଣୀ କରିଛନ୍ତି । ପୁସ୍ତକରେ ଅନେକ ଅପମାନଜନକ ଟିପ୍ପଣୀ କରାଯାଇଥିବା ବେଳେ ଭାରତ ପକ୍ଷରୁ ମଧ୍ୟ ଏହାକୁ ନେଇ କଡା ଜବାବ ପ୍ରଦାନ କରାଯାଇଛି । ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି, ପମ୍ପିଓଙ୍କ ପୁସ୍ତକରେ ସୁଷମା ସ୍ୱରାଜଙ୍କ ପାଇଁ ବ୍ୟବହୃତ ହୋଇଥିବା ଶବ୍ଦ ଅପମାନଜନକ । ଏହାର ଆମେ କଡା ନିନ୍ଦା କରୁଛି ।
ପାକିସ୍ତାନର ପୂର୍ବତନ କୂଟନୈତିଜ୍ଞ ଅବଦୁଲ ବାସିତ ନିଜର ୟୁଟ୍ୟୁବ ଚ୍ୟାନେଲରେ ଦେଇଥିବା ବୟାନରେ କହିଛନ୍ତ. କିଛି ବ୍ୟକ୍ତି ପୁସ୍ତକର ବିକ୍ରିପାଇଁ କିଛିବି ଲେଖିଦେଇପାରନ୍ତି । ସୁଷମା ସ୍ୱରାଜଙ୍କ ପାଇଁ ମାଇକ ପମ୍ପିଓ ବ୍ୟବହାର କରିଥିବା ଶବ୍ଦକୁ ମୁଁ କଡା ନିନ୍ଦା କରୁଛି । ଜଣେ ଲେଖକର ଲକ୍ଷ୍ୟ ହୋଇଥାଏ ଯେ ବହିର ବିକ୍ରି ହେଉ । ଏଥିପାଇଁ ଏହିଭଳି ଲୋକମାନେ ମିଛର ସାହାରା ନେଇଥାନ୍ତି । ପମ୍ପିଓ ଯେଉଁ କଥା ଲେଖିଥିଲେ ତାହା ସତ୍ୟ ଠାରୁ ବହୁତ ଦୂରରେ ରହିଛି । ସେ ଏହା ମଧ୍ୟ କହିଛନ୍ତି ଯେ ସୁଷମା ସ୍ୱରାଜଙ୍କ ପାଇଁ ବ୍ୟବହାର ହୋଇଥିବା ଶବ୍ଦ ଠିକ୍ ନୁହେଁ । ଏତେ ବଡ ପଦରେ ରହି ତାଙ୍କୁ ଏଭଳି ଶବ୍ଦ ଲେଖିବା ଶୋଭା ଦେଉନାହିଁ ।
Follow Us