କନକ ବ୍ୟୁରୋ: ଚଳିତ ବିଶ୍ୱକପରୁ ବିଦା ହୋଇ ସାରିଛି ପାକିସ୍ତାନ । ଖରାପ ପ୍ରଦର୍ଶନ ଯୋଗୁଁ ଗ୍ରୁପ ଷ୍ଟେଜରୁ ବାହାର ହେବାକୁ ପଡିଛି । ପାକିସ୍ତାନ ୯ ମ୍ୟାଚରୁ କେବଳ ୪ଟି ମ୍ୟାଚରେ ବିଜୟୀ ହୋଇ ୫ନମ୍ବର ସ୍ଥାନରେ ରହିଥିଲା । ତେବେ ପାକିସ୍ତାନର ଏଭଳି ପ୍ରଦର୍ଶନରେ ନିରାଶ ହୋଇଛନ୍ତି ପୂର୍ବତନ ପାକ୍ କ୍ରିକେଟରଙ୍କ ସମେତ ଫ୍ୟାନମାନେ । ଦଳର ଏଭଳି ପରାଜୟକୁ ହଜମ କରି ପାରୁନାହାନ୍ତି ପୂର୍ବତନ ପାକିସ୍ତାନ କ୍ରିକେଟର । ତେଣୁ ଏବେ ସେମାନେ ଭାରତୀୟ କ୍ରିକେଟରଙ୍କୁ ନେଇ ବିବାଦୀୟ ବୟାନ ଦେଉଛନ୍ତି । ଏଭଳି ଏକ ବୟାନ ଦେଇ ଏବେ ଚର୍ଚ୍ଚାରେ ରହିଛନ୍ତି ଇଞ୍ଜିମାମ ଉଲହକ୍ ।
ଇଞ୍ଜାମାମ ଉଲହକ ପୂର୍ବତନ ଭାରତୀୟ ଖେଳାଳି ହରଭଜନ ସିଂଙ୍କୁ ନେଇ ଏମିତି ବୟାନ ଦେଇଛନ୍ତି ଯାହା ସମସ୍ତଙ୍କୁ ଚକିତ କରିଛି । ଇଞ୍ଜିମାମ କହିଛନ୍ତି, ହରଭଜନ ସିଂ ମୌଲାନା ତାରିକ ଜମିଲଙ୍କୁ ନେଇ ବହୁ ପ୍ରଭାବିତ ହୋଇଥିଲେ । ସେ ଇସଲାମ ଧର୍ମ ବି ନେବାକୁ ଚାହିଁଥିଲେ । ମୌଲାନା ତାରିକ ଜମିଲ ଆମକୁ ସବୁବେଳେ ଭେଟିବାକୁ ଆସୁଥିଲେ । ସେଠାରେ ନମାନଜ ପଢିବାକୁ ଗୋଟେ ଘର ଥିଲା ସେ ସେଠାରେ ନମାଜ ପଢୁଥିଲେ । ଥରେ ଦିଥର ଇର୍ଫାନ ପଠାନ, ଜାହିର ଖାନ, ମହମ୍ମଦ କୈଫଙ୍କୁ ନମାଜ ପଢିବାକୁ ଡାକିଥିଲୁ । ସେଠାରେ ୨/୩ ଅନ୍ୟ ଭାରତୀୟ ଖେଳାଳି ବି ଆସି ସାମିଲ ହେଉଥିଲେ । ସେମାନେ ନମାଜ ପଢୁନଥିଲେ ହେଲେ ମୌଲାନାଙ୍କ କଥା ଶୁଣୁଥିଲେ ।

Advertisment

ଇଞ୍ଜାମାମ ଆହୁରି କହିଥିଲେ କି, ହରଭଜନ ଥରେ ମୋତେ କହିଥିଲେ କି ମୋ ମନ କହୁଛି ମୌଲାନା ଯାହା କହୁଛନ୍ତି ତାକୁ ମାନିନେବି । ମୁଁ ତାଙ୍କୁ କହିଥିଲି ତାହେଲେ ଅନୁସରଣ କର, ତମକୁ କିଏ ରୋକୁଛି । ଭଜି ଏହାର ଉତ୍ତର ଦେଇ କହିଥିଲେ ଆପଣଙ୍କୁ ଦେଖି ମୁଁ ଅଟକି ଯାଉଛି । ଆମେ ହିଁ ଆମ ଧର୍ମକୁ ପାଳନ କରିପାରୁନୁ । ଆମେ ଏଠାରେ ଦୋଷୀ ହେବା ଉଚିତ ।

କେବଳ ହରଭଜନ ନୁହେଁ ଇଞ୍ଜିମାମ ଏହା ଭିତରକୁ ପୂର୍ବତନ ୱେଷ୍ଟଇଣ୍ଡିଜ କ୍ରିକେଟର ବ୍ରାଏନ ଲାରାକୁ ବି ଟାଣିଛନ୍ତି । ସେ ଲାରାକୁ ନେଇ ବି ବିବାଦୀୟ ବୟାନ ଦେଇ କହିଛନ୍ତି, କରାଚିରେ ଟେଷ୍ଟ ମ୍ୟାଚ ବେଳେ ମହମ୍ମଦ ୟୁସୁଫ ବ୍ରାଏନ ଲାରାଙ୍କୁ ଖାଇବାକୁ ନିମନ୍ତ୍ରଣ ଦେଇଥିଲେ । ଆଉ ଏହି ସମୟରେ ଆହ୍ଲା ଆଉ ଇସଲାମ କଥା କହିଥିଲେ, ଯାହାକୁ ଶୁଣି ଚୁପ ହୋଇ ଯାଇଥିଲେ ଲାରା । ଆଉ କହିଥିଲେ ଯଦି ଜୀବନ ଜିଇଁବାର ଅଛି ତେବେ ଇସଲାମଙ୍କ ଭଳି ବଞ୍ଚିବା ଦରକାର ।

ତେବେ ଇଞ୍ଜିମାମଙ୍କ ଏହି ବୟାନ ଭାଇରାଲ ହେବା ପରେ ରାଗିଯାଇଛନ୍ତି ହରଭଜନ ସିଂ । ସେ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି । ଏ କେଉଁ ନିଶା ଖାଇ କଥା କହୁଛନ୍ତି? ମୁଁ ଜଣେ ଭାରତୀୟ ଆଉ ଶିଭ ଭାବେ ବହୁତ ଗର୍ବ ଅନୁଭବ କରେ । ଏଭଳି ନିର୍ବୋଧ ଲୋକ କିଛି ବି ଗପୁଛନ୍ତି ।

ଇଞ୍ଜିମାମ ଉଲହକ ପାକିସ୍ତାନର ଚିଫ ସିଲେକ୍ଟର ରହିଥିଲେ । ଖରାପ ପ୍ରଦର୍ଶନ ପରେ ସେ ଏହି ପଦରୁ ଇସ୍ତଫା ଦେଇ ଦେଇଥିଲେ । ସେହିପରି ପାକିସ୍ତାନର ଏହି ପୂର୍ବତନ ଖେଳାଳିଙ୍କ ନାଁରେ ଦିନିକିଆ କ୍ରିକେଟରେ ପାକିସ୍ତାନ ପାଇଁ ସର୍ବାଧିକ ରନ କରିବାର ରେକର୍ଡ ରହିଛି । ସେହିପରି ଟେଷ୍ଟରେ ବି ତାଙ୍କର ସାନଦାର ରେକର୍ଡ ରହିଛି ।