କନକ ବ୍ୟୁରୋ: ଗଧ ସବୁବେଳେ ଗଧ ହୋଇ ରହିବ । ଗଧ ଉପରେ କଳା ଧଳା ରଙ୍ଗ ଲଗାଇଦେଲେ ସେ ଜେବ୍ରା ହୋଇଯିବନି । ପାକିସ୍ଥାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କ ଏକ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ସେ ରାଗରେ ଏଭଳି କିଛି କହୁଥିବା ଦେଖିବାକୁ ମିଳିଛି । ଭାଇରାଲ ଭିଡିଓରେ ଇମ୍ରାନ ବ୍ରିଟିସ୍ ସମାଜରେ ଏକ ଅଂଶ ଥିବା କହୁଛନ୍ତିି । ବ୍ରିଟିସର୍ସମାନେ ପ୍ରାୟତଃ ବାହାର ଲୋକଙ୍କୁ ଗ୍ରହଣ କରନ୍ତିନି, ହେଲେ ସେମାନେ ତାଙ୍କୁ ସ୍ୱାଗତ କରିଥିବା ସେ କହୁଛନ୍ତି । କିନ୍ତୁ ସେ କେବେି ବି ଇଂଲଣ୍ଡକୁ ଘର ଭାବିିନାହାଁନ୍ତି । ସେ ଜଣେ ପାକିସ୍ଥାନୀ କେବେ ବି ଜଣେ ଇଂରାଜୀ ମ୍ୟାନ ହୋଇପାରବେ ନାହିଁ ବୋଲି ସେ କହିଛନ୍ତି ।
୨୭ ସେକେଣ୍ଡର ଇମ୍ରାନଙ୍କ ଏହି ଭିଡିଓ ସୋଶାଆଲ ମିଡିଆରେ ଭାଇରାଲ ହେବା ପରେ ତାଙ୍କୁ ପ୍ରବଳ ଟ୍ରୋଲର ସାମ୍ନା କରିବାକୁ ପଡିଛି । ସେ ଇଂଲଣ୍ଡବାସୀଙ୍କ ଜେବ୍ରା କହି ନିଜେ ନିଜକୁ ଗଧ ବୋଲି କହୁଥିବା ୟୁଜର୍ସ କମେଂଟ୍ କରୁଛନ୍ତି । ଇମ୍ରାନ ଖାନଙ୍କ ଏହି ଭିଡିଓ ପାକିସ୍ଥାନୀ ସମ୍ବାଦିକ ଜୁନାଇଦ୍ ଆକ୍ରମଙ୍କ ଚ୍ୟାନେଲରେ ହୋଇଥିବା ଇଟରଭ୍ୟୁର ଏକ ଅଂଶ । ଯାହାର ଦେଢ ଘଂଟାର ପୁରା ଭିଡିଓ ଇମ୍ରାନ ଖାନ୍ଙ୍କ ଅଫିସିଆଲ ୟୁଟ୍ୟୁବ୍ ଚ୍ୟାନେଲରେ ଅପଲୋଡ କରାଯାଇଛି । ଯେଉଁଥିରେ ସେ ବିଭିନ୍ନ ଦେଶ ସହ ପାକିସ୍ଥାନର ସମ୍ପର୍କ ଆଦି ବିଷୟ ଉପରେ ଆଲୋଚନା କରୁଥିବା ଦେଖିବାକୁ ମିଳିଛି । କୁହାଯାଉଛି ଇମ୍ରାନ ଏବେବି ନିଜ ହାରକୁ ସ୍ୱୀକାର କରିପାରୁନାହାଁନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/05/39-4.jpg)