ଭାରତୀୟ ଲେହେଙ୍ଗାରେ ନଜର ଆସିଲେ ପାକିସ୍ତାନୀ ବୋହୂ: ସବ୍ୟସାଚୀଙ୍କ ଲେହେଙ୍ଗା ପିନ୍ଧିଲେ ପରଭେଜ୍ ମୁଶରଫଙ୍କ ନାତୁଣି ବୋହୂ

ସବ୍ୟସାଚୀଙ୍କ ଲେହେଙ୍ଗାରେ ପରଭେଜ୍ ମୁଶରଫଙ୍କ ନାତୁଣି ବୋହୂ

162

କନକ ବ୍ୟୁରୋ: ପାକିସ୍ତାନୀ ବୋହୂ ପିନ୍ଧିଲେ ଭାରତୀୟ ଡିଜାଇନରଙ୍କ ଲେହେଙ୍ଗା । ଫ୍ୟାସନ ଦୁନିଆର ରାଜକୁମାର ବୋଲାଉଥିବା ସବ୍ୟସାଚୀ ମୁଖାର୍ଜୀଙ୍କ ଦ୍ୱାରା ଡିଜାଇନ୍ ହୋଇଥିବା ଲେହେଙ୍ଗାରେ ନଜର ଆସିଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ପରଭେଜ୍ ମୁଶରଫଙ୍କ ନାତୁଣି ବୋହୂ । ଅଗଷ୍ଟ ୨୨ ତାରିଖରେ ପରଭେଜଙ୍କ ନାତି ଜୁନୈଦ ସଫଦର ଆୟଶା ସୈଫ ଖାନଙ୍କୁ ବିବାହ କରିଛନ୍ତି । ବିବାହ ଉତ୍ସବରେ ଆୟଶା ସବ୍ୟସାଚୀଙ୍କ ଡିଜାଇନଡ୍ ଲେହେଙ୍ଗା ପିନ୍ଧିଥିଲେ । ଦୁହିଁଙ୍କ ବିବାହ ଲଣ୍ଡନର ଲୈନ୍ସ ବୋରୋ ହେଟେଲରେ ଅନୁଷ୍ଠିତ ହୋଇଥିଲା । ଜୁନୈଦ୍ ନବାଜ ସରିଫଙ୍କ ପୁଅ ମରୟମ୍ ମୁଶରଫଙ୍କ ପୁଅ ।ଏହି ବିବାହ ଅବସରରେ ଆୟସା ସବ୍ୟସାଚୀ ଡିଜାଇନ କରିଥିବା ପିଙ୍କ ରଙ୍ଗର ଫ୍ଲୋରାଲ ବ୍ଲାଉଜ୍ ଓ ଦୁପଟ୍ଟା ସହ ଜରି ବର୍ଡରର ଲେହେଙ୍ଗା ପିନ୍ଧିଥିଲେ । ଏଥିରେ ମୋତି ଓ ସେକ୍ୱିନ୍ କାରୁକାର୍ଯ୍ୟ ହୋଇଥିଲା ।ସବ୍ୟଙ୍କ ଲେହେଙ୍ଗାରେ ଆୟସାଙ୍କ ବୋହୂ ବେଶ ଖାସ୍ ଲାଗୁଥିଲା । ବଲିଉଡରେ ଡାର୍ଲିଙ୍ଗ ଡିଜାଇନର ଭାବେ ପରିଚିତ ସବ୍ୟଙ୍କ ଡ୍ରେସ୍ କ୍ରେଜ୍ ଖାଲି ଅଭିନେତା ଅଭିନେତ୍ରୀମାନଙ୍କ ମଧ୍ୟରେ ଯେ ସୀମିତ ନୁହେଁ ତାହାର ଅନେକ ପ୍ରମାଣ ଭିତରୁ ଆୟସାଙ୍କ ଲେହେଙ୍ଗା ଅନ୍ୟତମ ।ଆୟସା ଙ୍କ ଏହି ଫଟୋ ଭାଇରାଲ ହେବାରେ ଲାଗିଛି ।