ପୂର୍ବତନ ପିଏ ଦେବନାରାୟଣ ପଣ୍ଡା ମୃତ୍ୟୁ ମାମଲା : ମାଲକାନଗିରିରେ ଜିଲ୍ଲାପାଳଙ୍କ ନାଁରେ ଏତଲା; ଜିଲ୍ଲାପାଳଙ୍କ ସହିତ ୪ କର୍ମଚାରୀଙ୍କ ନାଁରେ କୋର୍ଟର ଦ୍ୱାରସ୍ଥ ହେଲେ ମୃତ ପିଏଙ୍କ ପତ୍ନୀ

238

କନକ ବ୍ୟୁରୋ : ଜିଲ୍ଲାପାଳଙ୍କ ବିରୁଦ୍ଧରେ ଏତଲା । ମାଲକାନଗିରି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ପିଏ ଦେବନାରାୟଣ ପଣ୍ଡାଙ୍କ ମୃତ୍ୟୁ ମାମଲାରେ, ଜିଲ୍ଲାପାଳଙ୍କ ସମେତ ୪ ଜଣ କର୍ମଚାରୀଙ୍କ ବିରୁଦ୍ଧରେ ହତ୍ୟା ମାମଲା ରୁଜୁ କରିବା ଲାଗି ଏସଡିଜେଏମ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ମୃତ ପିଏଙ୍କ ପତ୍ନୀ ବନଜା ପଣ୍ଡା । ଗତ ଡିସେମ୍ବର ୨୮ ତିରିଖ ଦିନ ଜିଲ୍ଲାପାଳଙ୍କ ତତକାଳିନ ପିଏ ଦେବନାରାୟଣ ପଣ୍ଡାଙ୍କ ମୃତ ଦେହ ସତଗୁଡା ଜଳଭଣ୍ଡାରରୁ ଉଦ୍ଧାର ହୋଇଥିଲା ।

ତେବେ ଏହା ଆତ୍ମହତ୍ୟା ନୁହଁ ବରଂ ଜିଲ୍ଲାପାଳଙ୍କ ସମେତ ଜଣେ ଅବସର ପ୍ରାପ୍ତ କର୍ମଚାରୀ ଓ ଜଣେ ଷ୍ଟେନୋ ଓ ଜଣେ ଡାଟା ଏଂଟ୍ରି ଅପରେଟର ପିଏଙ୍କୁ ହତ୍ୟା କରି ଥିବା ନେଇ ଅଭିଯୋଗ ଆଣିଥିଲେ ପିଏ ଦେବନାରାୟଣଙ୍କ ପରିବାର । ଆଉ ପୁଲିସର ତଦନ୍ତ ପ୍ରକ୍ରିୟାରେ ଅସନ୍ତୁଷ୍ଟ ହୋଇ, ଏସଡିଜେଏମ କୋର୍ଟରେ ୪ କର୍ମଚାରୀଙ୍କ ବିରୋଧରେ ହତ୍ୟା ଅଭିଯୋଗ ନେଇ ଏକ କମ୍ପେ୍ଲନ୍ଟ କେସ ଦାଖଲ କରିଛନ୍ତି ଦେବନାରାଣୟ ପଣ୍ଡାଙ୍କ ପତ୍ନୀ ।
ଆଗରୁ ତଦନ୍ତ ପ୍ରକ୍ରିୟାରେ ଶିଥିଳତା ନେଇ ଜାତୀୟ ମାନବାଧୀକାର କମିଶନଙ୍କ ସମେତ ବିଭିନ୍ନ ମହଲରେ ଲିଖିତ ଅଭିଯୋଗ କରିଥିଲେ ପିଏଙ୍କ ପରିବାର । ଜାତୀୟ ମାନବାଧୀକାର କମିଶନଙ୍କ ହସ୍ତକ୍ଷେପରେ ଦକ୍ଷିଣ ପଶ୍ଚିମାଂଚଳ ଡିଆଇଜି ସଫିନ ଅହମଦ ମଧ୍ୟ ଅଭିଯୋଗର ସତ୍ୟତା ନେଇ ପୁଙ୍ଖାନୁପୁଙ୍ଖ ତଦନ୍ତ ଆରମ୍ଭ କରିିଛନ୍ତି ।