ପୂର୍ବତନ ମନ୍ତ୍ରୀ ଲାଲ୍ ବିହାରୀ ହିମିରିକାଗୁରୁତର: ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ବିଶାଖାପାଟଣାକୁ ସ୍ଥାନାନ୍ତର

Advertisment
ପୂର୍ବତନ ମନ୍ତ୍ରୀ ଲାଲ୍ ବିହାରୀ ହିମିରିକାଗୁରୁତର: ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ବିଶାଖାପାଟଣାକୁ ସ୍ଥାନାନ୍ତର

କନକ ବ୍ୟୁରୋ: ପୂର୍ବତନ ମନ୍ତ୍ରୀ ତଥା ରାୟଗଡ଼ା ବିଜୁ ଜନତା ଦଳ ଜିଲ୍ଲା ସଭାପତି ଲାଲ୍ ବିହାରୀ ହିମିରିକା ଗୁରୁତର ଅସୁସ୍ଥ ହୋଇ ପଡ଼ିଛନ୍ତି। ଗତକାଲି ସକାଳେ ଶ୍ରୀ ହିମିରିକାଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେ ଜ୍ବର, ଉଚ୍ଚ ରକ୍ତଚାପ, ମଧୁମେହ, ସଂକ୍ରମଣ ରୋଗରେ ପୀଡ଼ିତ ଥିବା ଜଣା ପଡ଼ିଛି। ଭେଷଜ ବିଶେଷଜ୍ଞ ଡା. ସୁରେଶ ଦେ ତାଙ୍କର ଚିକିତ୍ସା ଆରମ୍ଭ କରିଥିଲେ। ମେଡିକାଲର ୧୬ନଂ କ୍ୟାବିନରେ ଶ୍ରୀ ହିମିରିକାଙ୍କ ଚିକିତ୍ସା ଚାଲିଥିଲା। ତେବେ ସଂଧ୍ୟା ସୁଦ୍ଧା ସ୍ବାସ୍ଥ୍ୟାବସ୍ଥାରେ କୌଣସି ସୁଧାର ନ ଆସିବାରୁ ତାଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି।

publive-image

ଗତ କିଛି ଦିନ ହେଲା ଶ୍ରୀ ହିମିରିକା ଅସୁସ୍ଥତା ଅନୁଭବ କରି ଆସୁଥିଲେ। ରବିବାରଠାରୁ ଜ୍ବର ହେବା ପରେ ଗତକାଲି ସକାଳେ ସ୍ବାସ୍ଥ୍ୟାବସ୍ଥାରେ ଅବନତି ଦେଖା ଦେଇଥିଲା। ପରିବାର ଲୋକ ପୂର୍ବାହ୍ନ ୧୧ଟାରେ ଶ୍ରୀ ହିମିରିକାଙ୍କୁ ମେଡିକାଲ୍ ଆଣିଥିଲେ। ସଙ୍ଗେ ସଙ୍ଗେ ତାଙ୍କର ଚିକିତ୍ସା ଆରମ୍ଭ କରାଯାଇଥିଲା। କିନ୍ତୁ ଔଷଧ ଦେବା ସତ୍ତ୍ବେ ମଧୁମେହ, ଉଚ୍ଚ ରକ୍ତଚାପ ନ କମିବା କାରଣରୁ ତାଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଆର୍ତ୍ତବନ୍ଧୁ ନାୟକ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe