ପୂର୍ବତନ ଉଚ୍ଚଶିକ୍ଷା ମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତିଙ୍କ ପରଲୋକ : କିଷାନ ସତ୍ୟାଗ୍ରହ, ସମବାୟ ଆନ୍ଦୋଳନ ସହ ଜଡ଼ିତ ଥିଲେ ଭାଗବତ ପ୍ରସାଦ

ପୂର୍ବତନ ଉଚ୍ଚଶିକ୍ଷା ମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତିଙ୍କ ପରଲୋକ : କିଷାନ ସତ୍ୟାଗ୍ରହ, ସମବାୟ ଆନ୍ଦୋଳନ ସହ ଜଡ଼ିତ ଥିଲେ ଭାଗବତ ପ୍ରସାଦ

କନକ ବ୍ୟୁରୋ: କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତିଙ୍କ ଭୁବନେଶ୍ୱରସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା । ଛାତ୍ର ଜୀବନରେ ସେ କୃଷକ ସତ୍ୟାଗ୍ରାହ ଆନ୍ଦୋଳନରେ ପ୍ରମୁଖ ଭୂମିକା ନେଇଥିଲେ । ସମବାୟ ଆନ୍ଦୋଳନରେ ସାମିଲ ଥିବା ଭାଗବତ ପ୍ରସାଦ ମହାନ୍ତି ୧୯୭୧ ମସିହାରେ କଂଗ୍ରେସରେ ଯୋଗଦେଇଥିଲେ । କେନ୍ଦ୍ରାପଡା ଆସନରୁ ସେ ବିଧାନସଭାକୁ ନିର୍ବାଚିତ ହୋଇ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ହୋଇଥିଲେ । ରାଜ୍ୟର ଉଚ୍ଚଶିକ୍ଷାମନ୍ତ୍ରୀ ଭାବେ ବି ସେ କାମ କରିଥିଲେ । ଭାଗବତ ପ୍ରସାଦ ମହାନ୍ତିଙ୍କ ପରଲୋକରେ ବହୁ ବିଶିଷ୍ଟ ବ୍ୟକ୍ତି ଓ ରାଜନେତା ଶୋକପ୍ରକାଶ କରିଛନ୍ତି ।

publive-image

ଗତକାଲି ବିଳମ୍ବିତ ରାତିରେ ରାଜ୍ୟ ମନ୍ତ୍ରିମଣ୍ଡଳର ପୂର୍ବତନ ଉଚ୍ଚଶିକ୍ଷା ମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତିଙ୍କର ଦେହାନ୍ତ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ହୋଇଥିଲା। ରାତି ୨ଟା ବେଳେ ଭୁବନେଶ୍ୱରସ୍ଥିତ ବାସଭବନରେ ସେ ପରଲୋକ ଗମନ କରିଛନ୍ତି। କେନ୍ଦ୍ରାପଡ଼ାର ବିଧାୟକ ଭାବେ ସେ ତିନି ଥର ନିର୍ବାଚିତ ହୋଇଥିଲେ। ଭାଗବତବାବୁ ଭାବେ ସୁପରିଚିତ ଏହି ରାଜନେତାଙ୍କ ବିୟୋଗରେ କେନ୍ଦ୍ରାପଡ଼ା ରାଜନୈତିକ ଇତିହାସର ଗୋଟାଏ ଦୀର୍ଘ ଯୁଗର ଅବସାନ ଘଟିଛି। ସମ୍ପ୍ରତି ସେ କେନ୍ଦ୍ରାପଡ଼ା ଅର୍ବାନ୍ କୋଅପରେଟିଭ୍ ବ୍ୟାଙ୍କର ସଭାପତି ଥିଲେ।

publive-image

ଛାତ୍ର ଜୀବନରେ ସେ ୧୯୪୯-୬୦ ମସିହା ଯାଏଁ ‘କିଷାନ ସତ୍ୟାଗ୍ରହ ଆନ୍ଦୋଳନ’ରେ ଯୋଗ ଦେଇ ‘ଭୂସଂସ୍କାର ଆନ୍ଦୋଳନ’ ପାଇଁ ଲଢ଼ିଥିଲେ। ରାଜ୍ୟର ସମବାୟ ଆନ୍ଦୋଳନରେ ମଧ୍ୟ ତାଙ୍କର ସମ୍ପୃକ୍ତିଥିଲା। ୧୯୭୧ ମସିହାରେ ସେ କଂଗ୍ରେସ ଦଳରେ ଯୋଗ ଦେଇଥିଲେ। ସେ କେନ୍ଦ୍ରାପଡ଼ା ମୁନିସିପାଲିଟିର କାଉନ୍ସିଲର ଓ ରାଜ୍ୟ ଆଇନ ସଂଶୋଧନ କମିଟିର ସଦସ୍ୟ ମଧ୍ୟ ଥିଲେ। ୧୯୬୯ ମସିହାରେ ସେ କେନ୍ଦ୍ରାପଡ଼ା ପଞ୍ଚାୟତ ସମିତିର ଅଧ୍ୟକ୍ଷ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe