ଓଡ଼ିଶାର ପୂର୍ବତନ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କ ପରଲୋକ । ୯୫ ବର୍ଷରେ ଆଖି ବୁଜିଲେ ବର୍ଷିୟାନ ରାଜନେତା ଓ ପ୍ରଶାସକ ।

235

କନକ ବ୍ୟୁରୋ: ଓଡ଼ିଶାର ପୂର୍ବତନ ରାଜ୍ୟପାଳ ତଥା ବିଶିଷ୍ଟ ରାଜନେତା ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କର ୯୫ ବର୍ଷ ବୟସରେ ପରଲୋକ ଘଟିଛି । ଓଡ଼ିଶାର ଅନ୍ୟତମ ଲୋକପ୍ରିୟ ରାଜ୍ୟପାଳ ଭାବେ ପରିଚିତ ଚନ୍ଦ୍ରକାନ୍ତ ଭଣ୍ଡାରେ ୨୧ ଅଗଷ୍ଟ ୨୦୦୭ରୁ ୯ମାର୍ଚ୍ଚ ୨୦୧୩ ପର୍ଯ୍ୟନ୍ତ ଓଡ଼ିଶାର ରାଜ୍ୟପାଳ ଭାବେ କାର୍ଯ୍ୟଭାର ସମ୍ଭାଳିଥିଲେ । ୧୦ ଡିସେମ୍ବର ୧୯୨୮ ମସିହାରେ ଜନ୍ମିତ ଏହି ବିଶିଷ୍ଟ ରାଜନେତା କଂଗ୍ରେସ ସମର୍ଥନରେ ମହାରାଷ୍ଟ୍ରରୁ ରାଜ୍ୟସଭାକୁ ୧୯୮୦ରୁ ୧୯୯୪ ମଧ୍ୟରେ ରାଜ୍ୟସଭାକୁ ଯାଇଥିଲେ । ଏଥି ସହିତ ଭଣ୍ଡାରେ ସୁପ୍ରିମକୋର୍ଟ ବାର ଆସୋସିଏସନର ଦୁଇଥର ସଭାପତି ମଧ୍ୟ ହୋଇଥିଲେ । ପୂର୍ବତନ ରାଜ୍ୟପାଳଙ୍କ ବିୟୋଗରେ ରାଜ୍ୟପାଳ ରଘୁବାର ଦାସଙ୍କ ସମେତ ମୁଖ୍ୟମନ୍ତ୍ରୀ ମୋହନ ଚରର ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅନ୍ୟାନ୍ୟ ରାଜନେତା ମାନେ ମଧ୍ୟ ଶୋକପ୍ରକାଶ କରିବା ସହିତ ଓଡ଼ିଶା ସହିତ ଯୋଡ଼ି ହୋଇ ରହିଥିବା ତାଙ୍କ ସ୍ମୃତିକୁ ମନେ ପକାଇଛନ୍ତି ।