ଓଡ଼ିଶାକୁ ଭୁଲି ପାରିବେନି ଗଣେଶୀ ଲାଲ, ଗଣେଶୀ ଲାଲଙ୍କୁ ଭୁଲି ପାରିବନି ଓଡ଼ିଶା । ଭାବବିହ୍ୱଳ ପରିବେଶ ଭିତରେ ବିଦାୟ ନେଲେ ରାଜ୍ୟପାଳ
କନକ ବ୍ୟୁରୋ : ଓଡ଼ିଶା ଛାଡ଼ିଲେ ବିଦାୟୀ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ବିଦାୟ ପୂର୍ବରୁ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ବିଦାୟୀକାଳୀନ ଶୁଭେଚ୍ଛା ଜଣାଯାଇଛି । ଗତକାଲି
ରାଜ୍ୟପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୁରୁବାର ରାଜଭବନରେ ପହଁଚି ରାଜ୍ୟପାଳଙ୍କୁ ଭେଟିଥିଲେ ମୁଖ୍ୟମନ୍ତ୍ରୀ । ଏହି ଅବସରରେ ରାଜ୍ୟପାଳ କହିଥିଲେ, ଓଡ଼ିଶା ମୋର ଘର । ଏଠି ଆସି ମୋର ପୁନର୍ଜନ୍ମ ହୋଇଛି । ଏଠାକାର ମାଟିରେ ସୁଗନ୍ଧ ଅଛି । ଦୁନିଆରେ ଯେଉଁଠି ବି ବୁଲନ୍ତୁ, ପୁରୀ ଭଳି ଭଲ ପାଇବା କେଉଁଠୁ ପାଇବେନି ବୋଲି ରାଜ୍ୟପାଳ କହିଛନ୍ତି । ୨୦୧୮, ମେ’ ୨୯ ତାରିଖରେ ଓଡ଼ିଶାର ରାଜ୍ୟପାଳ ଭାବେ ଯୋଗ ଦେଇଥିଲେ ପ୍ରଫେସର ଗଣେଶୀ ଲାଲ । ତାଙ୍କ ସ୍ଥାନରେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ ହେବେ ଓଡ଼ିଶାର ପରବର୍ତୀ ରାଜ୍ୟପାଳ । ଆସନ୍ତା ୨୯ ତାରିଖରେ ରଘୁବର ଦାସ ଓଡ଼ିଶାରେ ପହଂଚିବେ । ୩୧ ତାରିଖରେ ହାଇକୋର୍ଟ ମୁଖ୍ୟ ବିଚାରପତି ତାଙ୍କୁ ଶପଥ ପାଠ କରାଇବେ ।