କନକ ବ୍ୟୁରୋ : ପୂର୍ବତନ ପୋଲିସ ଡିଜି ଶରତଚନ୍ଦ୍ର ମିଶ୍ରଙ୍କ ଦେହାନ୍ତ । ଆଜି ସକାଳ ୭ଟା ୨୪ ମିନିଟରେ ଶ୍ରୀ ମିଶ୍ରଙ୍କର ପରଲୋକ ହୋଇଛି । କିଛି ଦିନ ତଳେ ସେ ଡେଙ୍ଗୁରେ ଆକ୍ରାନ୍ତ ହେବା ପରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇପଡ଼ିଥିଲା । ୮୮ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ୧୯୫୯ ବ୍ୟାଚର ଆଇପିଏସ ଅଫିସର ଶରତ ଚନ୍ଦ୍ର ମିଶ୍ର ଦୀର୍ଘ ଦିନ ଧରି ‘ର’ ପାଇଁ କାମ କରିଛନ୍ତି । ଅବସର ନେବା ପରେ ସେ ଶିକ୍ଷା ଓ ସମାଜର ବିଭିନ୍ନ ପ୍ରସଙ୍ଗକୁ ନେଇ ଲେଖାଲେଖି କରୁଥିଲେ ।

Advertisment