କନକ ବ୍ୟୁରୋ: ଆରପାରିରେ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ । କଂଗ୍ରେସ ଏହି ଟାଣୁଆ ନେତାଙ୍କର ଆଜି ଦେହାନ୍ତ ଘଟିିଛି । ତେବେ ସେ ଦୁଇଥର ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ପ୍ରଥମେ ସେ ୧୯୮୯ ମସିହା ଡିସେମ୍ବର ୭ ତାରିଖରୁ ୧୯୯୦ ମସିହା ମାର୍ଚ୍ଚ ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ଏହାପରେ ସେ ୧୯୯୯ ମସିହା ଡିସେମ୍ବର ୬ରୁ ୨୦୦୦ ମସିହା ମାର୍ଚ୍ଚ ୫ ତାରିଖ ପର୍ଯ୍ୟନ୍ତ ମଧ୍ୟ ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ । ହେଲେ ଆଜି ତାଙ୍କର ଦେହାନ୍ତ ଘଟଣା ରାଜନୈତିକ ମହଲରେ ଶୋକ ଖେଳାଇଦେଇଛି ।

Advertisment

ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଦେହାନ୍ତ

  • ୨ ଥର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ ହେମାନନ୍ଦ
  • ୧୯୮୯ରୁ ୧୯୯୦ ପ୍ରଥମ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ
  • ୧୯୯୯ରୁ ୨୦୦୦ ମସିହା ଯାଏଁ ୨ୟ ଥର ମୁଖ୍ୟମନ୍ତ୍ରୀ
  • ୨ୟ ପର୍ଯ୍ୟାୟରେ ମୋଟ ୮ ମାସ ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ
  • ୭୦ ଦଶକରେ ପଞ୍ଚାୟତ ରାଜନୀତିରେ ତାଙ୍କ କ୍ୟାରିୟର ଆରମ୍ଭ
  • ୧୯୭୪ ମସିହାରେ ପ୍ରଥମ ଥର ବିଧାୟକ ହୋଇଥିଲେ