କନକବ୍ୟୁରୋ: ପକ୍ଷ ବଦଳାଇଛନ୍ତି ଓଡ଼ିଶା କ୍ରିକେଟ ଆସୋସିଏସନର ପୂର୍ବତନ ସଭାପତି ଆଶୀର୍ବାଦ ବେହେରା । ପୂର୍ବରୁ ବିଜେଡିକୁ ସମର୍ଥନ କରୁଥିଲେ ଏବେ ବିଜେପିକୁ ସମର୍ଥନ କରିବେ ବୋଲି କହିଛନ୍ତି । ଆଗକୁ ଓସିଏରେ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ପ୍ରବେଶ ଚର୍ଚ୍ଚା ପ୍ରସଙ୍ଗରେ ସେ ଏହି ମନ୍ତବ୍ୟ ଦେଇଛନ୍ତି । ଆଶୀର୍ବାଦ ବେହେରା କହିଛନ୍ତି କୀଡାରେ ଦଳଗତ ରାଜନୀତି ନାହିଁ। ବିନା ଅନୁଦାନରେ କ୍ରୀଡାର ବିକାଶ ହୋଇପାରିବ ନାହିଁ । ଏଣୁ କ୍ରୀଡା ସଂଗଠନ ଗୁଡିକ ସରକାରଙ୍କ ସହ ରହିବାକୁ ପଡ଼ିବ।

Advertisment

ଏବେ ଓସିଏରେ ପ୍ରଣବ ପ୍ରକାଶ ଦାସ ଅଛନ୍ତି, ଆଗକୁ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର ଓସିଏକୁ ଆସିଲେ ତାଙ୍କୁ ସମର୍ଥନ କରିବେ । ଓସିଏର ନିର୍ବାଚନ ୨୦୨୫ରେ ହେବ, ସେହି ସମୟରେ ଲଳିତେନ୍ଦୁଙ୍କ ନାମ ଆସିଲେ ବିଚାର କରାଯିବ ବୋଲି କହିଛନ୍ତି ଆଶୀର୍ବାଦ ବେହେରା । ଏଥିସହ ଫୁଟବଲ ଆସୋସିଏସନ ଅଫ୍ ଓଡିଶାର ନୂତନ ସଭାପତି ସମୀର ଦେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିବାରୁ ଆଶୀର୍ବାଦ ସ୍ୱାଗତ କରଛନ୍ତି ।