କନକ ବ୍ୟୁରୋ: ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ଏନଏସଇର ପୂର୍ବତନ ପରିଚାଳନା ନିର୍ଦ୍ଦେଶିକା ଚିତ୍ରା ରାମକ୍ରିଷ୍ଣାଙ୍କ ଘରେ ଆଇଟି ରେଡ୍ । ଚିତ୍ରାଙ୍କ ମୁମ୍ବାଇ ସ୍ଥିତ ଘରେ ଚଢ଼ାଉ କରିଛି ଆୟକର ବିଭାଗର ତଦନ୍ତକାରୀ ଦଳ । ସେ ଓ ତାଙ୍କ ସହଯୋଗୀ ଟିକସ ଫାଙ୍କିବା ମାମଲାରେ ଏହି ଚଢ଼ାଉ କରାଯାଇଛି । ଏନଏସଇର ମୁଖ୍ୟ ଥିବା ବେଳେ ଜଣେ ଅଜ୍ଞାତ ବ୍ୟକ୍ତିଙ୍କୁ ସହ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେବା ନେଇ ଫେବ୍ରୁଆରୀ ୧୧ରେ ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ୍ ବୋର୍ଡ ଅଫ୍ ଇଣ୍ଡିଆ, ସେବି କାରଣ ଦର୍ଶାଅ ନୋଟିସ୍ ଜାରି କରିବା ପରେ ସେ ବିବାଦ ଘେରକୁ ଆସିଥିଲେ । ଚିଫ୍ ଷ୍ଟାଟେଜିକ ଅଫିସର ଭାବେ ଆନନ୍ଦ ସୁବ୍ରମଣ୍ୟମ ନିଯୁକ୍ତି ବେଳେ ଅନିୟମିତତା କାରଣରୁ ସେବି ତାଙ୍କ ଉପରେ ୩ କୋଟି ଟଙ୍କା ଜରିମାନା କରିଛି । ଅଜ୍ଞାତ ବ୍ୟକ୍ତି ଜଣକ ହିମାଳୟର ଜଣେ ଯୋଗୀ ବୋଲି ଚର୍ଚ୍ଚା ଚାଲିଥିବା ବେଳେ ତଦନ୍ତରୁ ଅଧିକ ଗୁମର ଖୋଲିବାର ସମ୍ଭାବନା ରହିଛି
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us