କନକ ବ୍ୟୁରୋ: ଏନସିବିର ପୂର୍ବତନ ଅଧିକାରୀ ସମୀର ୱାଙ୍ଖଡେଙ୍କୁ ସୋସିଆଲ ମିଡିଆରେ ଜୀବନରୁ ମାରିଦେବାକୁ ଧମକ ମିଳିଛି । ଏନେଇ ସମୀର ମୁମ୍ବାଇ ପୋଲିସର ଦ୍ୱାରସ୍ଥ ହୋଇଥିବାବେଳେ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ଅନୁରୋଧ କରିଛନ୍ତି ।
ସୂଚନା ମୁତାବକ, ମୁମ୍ବାଇ କ୍ରୁଜରେ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ୟନକୁ ଗିରଫ କରିବା ପରେ ସମୀର ୱାଙ୍ଖଡେ ଗୋଟେ ପରେ ଗୋଟେ ସମସ୍ୟାରେ ଘେରିହେଉଛନ୍ତି । ନିକଟରେ ଜାତି ପ୍ରମାଣପତ୍ର ମାମଲାରେ ତାଙ୍କୁ କ୍ଲିନଚିଟ୍ ମିଳିବା ପରେ ଏବେ ତାଙ୍କ ଆଗରେ ଆଉ ଏକ ବଡ ସମସ୍ୟା । ତାଙ୍କୁ କେହି ଟ୍ୱିଟରରେ ହତ୍ୟା ଧମକ ଦେଇଛି । ଅଗଷ୍ଟ ୧୪ ତାରିଖରେ ଏହି ଟ୍ୱିଟର ଆକଉଣ୍ଟ କରାଯାଇ ଏହା ମାଧ୍ୟମରେ ଧମକ ଦିଆଯାଇଛି । ଏହାପରେ ସମୀର ମୁମ୍ବାଇ ପୋଲିସରେ ମାମଲା ଦାଏର କରିବା ସହ ଘଟଣାର ତଦନ୍ତ କରିବାକୁ ଅନୁରୋଧ କରିଥିବା ଜଣପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2022/08/666666.jpg)