କନକ ବ୍ୟୁରୋ: ନିଜ ଦଳର କର୍ମୀଙ୍କ ଉପରେ ବର୍ଷିଛନ୍ତି ପୂର୍ବତନ ସାଂସଦ ଭାସ୍କର ରାଓ । ରାୟଗଡା ଜିଲ୍ଳା କାଶୀପୁର ବ୍ଲକ ପଂଚାୟତସ୍ତରୀୟ ବିଜେଡି କର୍ମୀ ସମ୍ମଳନୀରେ ଅସନ୍ତୁଷ୍ଟଙ୍କୁ ଚେତାବନୀ ଦେଇଛନ୍ତି, ପୂର୍ବତନ ରାଜ୍ୟସଭା ସାଂସଦ ଭାସ୍କର ରାଓ । ଦଳର ଅସନ୍ତୁଷ୍ଟ କର୍ମୀଙ୍କୁ ଟାର୍ଗେଟ କରି କହିଛନ୍ତି, ଗତ ନିର୍ବାଚନରେ ସେହିମାନଙ୍କ ଯୋଗୁଁ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଥିଲେ । କିନ୍ତୁ ଆଗାମୀ ନିର୍ବାଚନରେ ଏହାର ପୁନରାବୃତି ହେବାକୁ ଦିଆଯିବ ନାହିଁ । ଅସନ୍ତୁଷ୍ଟଙ୍କୁ ଉଚିତ ଜବାବ ଦିଆଯିବ । କିଛି ଦିନ ପୂର୍ବରୁ ଭାସ୍କର ରାଓଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଥିଲେ ଅସନ୍ତୁଷ୍ଟ କର୍ମୀ । ଭାସ୍କର ରାଓ ନକ୍ସଲଙ୍କ ପାଇଁ ଟଙ୍କା ଆଦାୟ କରୁଥିବା ଅଭିଯୋଗ କରିଥିଲେ ।
ନିଜ ଦଳର କର୍ମୀଙ୍କ ଉପରେ ବର୍ଷିଲେ ପୂର୍ବତନ ସାଂସଦ ଭାସ୍କର ରାଓ । ବିଜେଡି କର୍ମୀ ସମ୍ମିଳନୀରେ ଦେଲେ ଜବାବ
/kanak/media/post_attachments/wp-content/uploads/2023/05/Collage-Maker-28-May-2023-03-21-PM-3605.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)