ଚିରନିଦ୍ରାରେ ଚାଣକ୍ୟ ! ଆଜି ଅପରାହ୍ନ ସାଢେ ଗୋଟାଏରେ ଓଡିଶା ଆସିବ ପ୍ୟାରୀଙ୍କ ମରଶରୀର

28

କନକ ବ୍ୟୁରୋ : ଚାଲିଗଲେ ଓଡିଶା ରାଜନୀତିର ଚାଣକ୍ୟ ଭାବେ ପରିଗଣିତ ପ୍ୟାରୀମୋହନ ମହାପାତ୍ର । ମୁମ୍ବାଇ ହିନ୍ଦୁଜା ହସ୍ପିଟାଲରେ ଗତକାଲି ରାତିରେ ପ୍ୟାରୀମୋହନଙ୍କର ୭୭ ବର୍ଷ ବୟସରେ ପରଲୋକ ଘଟିଛି । ପୂର୍ବତନ ସାଂସଦ ତଥା ଓଡିଶା ଜନମୋର୍ଚାର ପ୍ରତିଷ୍ଠାତା ପ୍ୟାରୀମୋହନ କିଛିଦିନ ହେବ ଅସୁସ୍ଥ ଥିଲେ ।

ଗତ ୧୭ ତାରିଖ ଦିନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ ଭେଂଟିଲେଟରରରେ ରଖାଯାଇଥିଲା । ପୁର୍ବରୁ ସେ ଫୁସଫୁସ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ । ଏହାପରେ ତାଙ୍କୁ ସ୍ୱତନ୍ତ୍ର ଡାକ୍ତରୀ ଦଳ ଦ୍ୱାରା ଚିକିତ୍ସା କରାଯାଉଥିଲା । କିନ୍ତୁ ଗତକାଲି ରାତିରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।

ଆଜି ଅପରାହ୍ନ ସାଢେ ଗୋଟାଏରେ ପ୍ୟାରୀଙ୍କ ମରଶରୀର ଭୁବନେଶ୍ୱରରେ ପହଂଚିବ । ପ୍ୟାରୀଙ୍କୁ ଦେଖିବାକୁ ତାଙ୍କର ସମର୍ଥକ ଓ ଶୁଭେଛୁମାନଙ୍କର ଭିଡ ଦେଖିବାକୁ ମିଳିଲାଣି । ପ୍ୟାରୀଙ୍କୁ ଶେଷଦର୍ଶନ ପାଇଁ ତାଙ୍କ ଶହୀଦ ନଗରସ୍ଥିତ ବାସଭବନରେ ସମର୍ଥକମାନେ ଚାହିଁ ରହିଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –