କଂଗ୍ରେସରୁ ଇସ୍ତଫା ଦେଲେ ପ୍ରଦୀପ ମାଝୀ : ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଦେଲେ ଇସ୍ତଫାପତ୍ର

642

କନକ ବ୍ୟୁରୋ : କଂଗ୍ରେସରୁ ଇସ୍ତଫା ଦେଲେ ପ୍ରଦୀପ ମାଝୀ । ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଦେଲେ ଇସ୍ତଫାପତ୍ର । କାମ କରିବାର ସୁଯୋଗ ଦେଇଥିବାରୁ କଂଗ୍ରେସକୁ ଧନ୍ୟବାଦ ଦେଲେ ।କଂଗ୍ରେସ ଛାଡି ପ୍ରଦୀପ ବିଜେଡିରେ ଯୋଗଦେବା ନେଇ ନବରଙ୍ଗପୁରରୁ ଭୁବନେଶ୍ଵର ଯାଏ ଏବେ ଲମ୍ବିଛି ଚର୍ଚ୍ଚା  ଲାଗି ରହିଛି । ପଞ୍ଚାୟତ ନିର୍ବାଚନ ପୂର୍ବରୁ ନବରଙ୍ଗପୁରରେ ଆୟୋଜିତ ହେବାକୁ ଥିବା ଏକ ବିରାଟ ସମାବେଶରେ  ନିଜ ଶତାଧିକ ସମର୍ଥକଙ୍କୁ ନେଇ ପ୍ରଦୀପ ମାଝୀ ବିଜେଡିରେ ମିଶିବେ ବୋଲି ଯୋଜନା ହୋଇଥିବା କୁହାଯାଉଛି । ଏକଦା ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଘନିଷ୍ଠ ଥିବା ପ୍ରଦୀପଙ୍କ ବାପା ଭଗବାନ ମାଝୀ ରାଜ୍ୟସଭା ସାଂସଦ ହୋଇଥିଲେ  । ଆଉ କଂଗ୍ରେସରୁ ଲଗାତାର ଦୁଇ ଥର ହାରିବା ପରେ ପ୍ରଦୀପ ଏବେ ନିଜ ବାପାଙ୍କ  ରାଜନୀତି ରାସ୍ତାରେ ଯାଇ  ବିଜୁଙ୍କୁ ଆଦର୍ଶ କରି ଶଙ୍ଖ ଧରିବେ ବୋଲି ଚର୍ଚ୍ଚା ହେଉଛି ।

ହାତ ଛାଡି ଶଙ୍ଖ ଧରିବେ ପ୍ରଦୀପ ମାଝୀ !  ପଞ୍ଚାୟତ ନିର୍ବାଚନ ପୂର୍ବରୁ  ନିଜର ନୂଆ ରାଜନୈତିକ ଇନିଙ୍ଗସ୍ ଆରମ୍ଭ କରିବେ !   କଂଗ୍ରେସର ଏହି ଯୁବ ନେତା ପୂର୍ବରୁ ନବରଙ୍ଗପୁର ଲୋକସଭା ସାଂସଦ ଭାବେ ଜିତିଥିଲେ । ପ୍ରଥମ ଥର ସାଂସଦ ଥିଲେ ବି ଯୁବ ନେତା ଭାବେ ଦିଲ୍ଲୀ କଂଗ୍ରେସ ରାଜନୀତିରେ ତାଙ୍କର ପ୍ରଭାବ ଭଲ ଥିଲା । ହେଲେ ଲଗାତାର ୨ ଥର ସାଂସଦ ପ୍ରାର୍ଥୀ ହୋଇ ବି  ହାରିବା ପରେ ଏବେ ଦଳ ଛାଡିବା ନେଇ ଚର୍ଚ୍ଚା ଜୋର ଧରିଛି ।ପଞ୍ଚାୟତ ନିର୍ବାଚନ ପୂର୍ବରୁ ସେପ୍ଟେମ୍ବର ମାସରେ ନବରଙ୍ଗପୁରେ ଏକ ବିରାଟ ସମାବେଶରେ ନିଜ ଶତାଧିକ ସମର୍ଥକଙ୍କୁ ନେଇ ବିଜେଡିରେ ମିଶିବେ ବୋଲି ପ୍ଲାନ ହୋଇଥିବା କୁହାଯାଉଛି ।

ପ୍ରଦୀପ ମାଝୀଙ୍କ ବାପା ଭଗବାନ ମାଝୀ  ସ୍ଵର୍ଗତ ବିଜୁ ପଟ୍ଟନାୟକଙ୍କ  ଅନୁଗତ ଥିଲେ । ୧୯୯୨ ରୁ ୯୪ ଯାଏ ଭଗବାନ  ଜନତା ଦଳରୁ ଝରିଗାଁ ବ୍ଲକର ଚେୟାରମ୍ୟାନ ଥିଲେ । ସେହିପରି ୧୯୯୪ରୁ ୨୦୦୦ ମସିହା ଯାଏ ବିଜୁ ପଟ୍ଟନାୟକ ପ୍ରଦୀପଙ୍କ ବାପା ଭଗବାନଙ୍କୁ  ରାଜ୍ୟସଭା ସାଂସଦ କରି ପଠାଇଥିଲେ। ସେମିତି ପ୍ରଦୀପଙ୍କ  ଜେଜେ ନିଳାମ୍ବର ମାଝୀ ଅଣ କଂଗ୍ରସରୁ ସାଂସଦ ପ୍ରାର୍ଥୀ  ଭାବେ ଲଢିଥିଲେ । କେବଳ ସେତିକି ନୁହେଁ ପ୍ରଦୀପ ମାଝୀଙ୍କ ଭାଇ  ପ୍ରସନ୍ନ ମାଝୀ ମଧ୍ୟ ୨୦୦୨ରୁ ୨୦୦୭ ଯାଏ  ବିଜେଡି ବ୍ଲକ ଚେୟାର ମ୍ୟାନ ହୋଇଥିଲେ । ଅଣ କଂଗ୍ରେସ ରାଜନୀତିରେ ପ୍ରଦୀପଙ୍କ ପରିବାରର ଇତିହାସ ଏବେ କୁଆଡେ ପୁଣି ପୁନାରାବୃତ୍ତି ହେବାକୁ ଯାଉଛି । ହାତ ଛାଡି ନିଜ ବାପାଙ୍କ ରାସ୍ତାରେ ଚାଲିବାକୁ ପ୍ରଦୀପ ନିଷ୍ପତ୍ତି ନେଇ ସାରିଛନ୍ତି ବୋଲି ଚର୍ଚ୍ଚା ହେଉଛି ।