ନରସିଂହ ମିଶ୍ରଙ୍କୁ ତେରଛା ବାଣ ମାରିଲେ ପୂର୍ବତନ ସାଂସଦ କଳିକେଶ ସିଂଦେଓ । କହିଲେ କଳାକାରଙ୍କ କଳିରେ ପଶନ୍ତୁ ନାହିଁ ରାଜନେତା ।
କନକ ବ୍ୟୁରୋ: କଳାକାରଙ୍କ କଳି ପ୍ରସଙ୍ଗରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କୁ ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂଦେଓଙ୍କ ତେର୍ଛା ବାଣ । କହିଲେ, କଳାକାରଙ୍କ କଳି କଳାକାରଙ୍କ ଭିତରେ ସମାଧାନ କରାଯାଉ । ରାଜନେତା ଏଥିରେ ମୁଣ୍ଡ ପୁରାଇବା ଅନୁଚିତ । ଆଗକୁ ନିର୍ବାଚନ ଆସୁଥିବାରୁ ଏହି ଘଟଣାକୁ ନେଇ ରାଜନୀତି କରାଯାଉଛି ବୋଲି କହିଛନ୍ତି କଳିକେଶ ନାରାୟଣ ସିଂଦେଓ ।

Kanak News is now on WhatsApp
Join and get latest news updates delivered to you via WhatsApp
ଏବେ ଘଟଣାକୁ ନେଇ ବିଧାୟକ ପଶ୍ଚିମ ଓଡ଼ିଶାକୁ ଅବହେଳା କଥା କହୁଛନ୍ତି, ୧୦ ବର୍ଷ ଭିତରେ କେତେଥର ବିଧାନସଭାରେ ପଶ୍ଚିମ ଓଡ଼ିଶା ପ୍ରସଙ୍ଗ ଉଠାଇଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ଏପରି ଶସ୍ତା ରାଜନୀତିକୁ ସେ ନିନ୍ଦା କରୁଥିବା କହୁଛନ୍ତି କଳିକେଶ ନାରାୟଣ ସିଂଦେଓ ।