କନକ ବ୍ୟୁରୋ: କଳାକାରଙ୍କ କଳି ପ୍ରସଙ୍ଗରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କୁ ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂଦେଓଙ୍କ ତେର୍ଛା ବାଣ । କହିଲେ, କଳାକାରଙ୍କ କଳି କଳାକାରଙ୍କ ଭିତରେ ସମାଧାନ କରାଯାଉ । ରାଜନେତା ଏଥିରେ ମୁଣ୍ଡ ପୁରାଇବା ଅନୁଚିତ । ଆଗକୁ ନିର୍ବାଚନ ଆସୁଥିବାରୁ ଏହି ଘଟଣାକୁ ନେଇ ରାଜନୀତି କରାଯାଉଛି ବୋଲି କହିଛନ୍ତି କଳିକେଶ ନାରାୟଣ ସିଂଦେଓ ।
ଏବେ ଘଟଣାକୁ ନେଇ ବିଧାୟକ ପଶ୍ଚିମ ଓଡ଼ିଶାକୁ ଅବହେଳା କଥା କହୁଛନ୍ତି, ୧୦ ବର୍ଷ ଭିତରେ କେତେଥର ବିଧାନସଭାରେ ପଶ୍ଚିମ ଓଡ଼ିଶା ପ୍ରସଙ୍ଗ ଉଠାଇଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ଏପରି ଶସ୍ତା ରାଜନୀତିକୁ ସେ ନିନ୍ଦା କରୁଥିବା କହୁଛନ୍ତି କଳିକେଶ ନାରାୟଣ ସିଂଦେଓ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/11/Ks.jpg)